ପୌରାଞ୍ଚଳରେ ସାମିଲ ହେଲାନି ଉଦୟନଗର-ଶକ୍ତିନଗର

ବାଲେଶ୍ୱର, (ସରୋଜ ପଣ୍ଡା) : ପାଣରେ ରହି ପାଣିକୁ ଛୁଇଁ ନ ପାରିବା ଭଳି ସ୍ଥିତିରେ ଥିବା ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ ଅନ୍ତର୍ଗତ ୟୁନିଟ ୪ ଓ ୫ଉଦୟନଗର ଓ ଶକ୍ତିନଗର ଅଞ୍ଚଳବାସୀ ଏବେ ନିଜର ପରିଚୟକ଼ୁ ନେଇ ଉଠାଇଛନ୍ତି ପ୍ରଶ୍ନ । ଏହି ପରିପ୍ରେକ୍ଷୀରେ ଯୁବ ସମାଜସେବୀ ତଥା ‘ଆମ ବାଲେଶ୍ୱର’ ସଙ୍ଗଠନର ମୁଖ୍ୟ ନିଶିଥ କୁମାର ବାରିକଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉଦୟନଗର ଓ ଶକ୍ତିନଗର ବିକାଶ ମଞ୍ଚର ଦୁଇ ପ୍ରମୁଖ କର୍ମକର୍ତ୍ତା କୈଳାସ ପତିତିୱାରୀ ଓ ଭାସ୍କରଚନ୍ଦ୍ର ପାଢ଼ୀ ଏଥିରେ ଯୋଗଦେଇ ଜିଲା ପ୍ରଶାସନ ଏବଂ ବାଲେଶ୍ୱର ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଦୁଇ ଅଞ୍ଚଳକୁ ପରିଚୟ ବିହୀନ କରାଯାଇଥିବା ଆରୋପ ଉଠାଇଛନ୍ତି । ସେମାନଙ୍କ କହିବା ଅନୁସାରେ ଦୀର୍ଘଦିନରୁ ଅବହେଳିତ ତଥା ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଉଦୟନଗର ଓ ଶକ୍ତିନଗରକୁ ବାଲେଶ୍ୱର ପୌରାଞ୍ଚଳରେ ସାମିଲ ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ଏନେଇ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ତତ୍କାଳୀନ ଜିଲାପାଳଙ୍କଠାରେ ବହୁବାର ଦାବି-ଆପତ୍ତି ଜଣାଇବା ସହ ସେମାନଙ୍କଠାରୁ ପ୍ରତିଶ୍ରୁତି ପାଇ ଅଞ୍ଚଳବାସୀ ବେଶ ଖୁସୀ ହୋଇଥିଲେ । ଏମିତିକି ପୌରପାଳିକାରୁ ମିଳିଥିବା ସୂଚନା ଅଧିକାର ତଥ୍ୟ ଅନୁସାରେ ପତ୍ରସଂଖ୍ୟା ୨୯୮/୧୬.୧.୨୦୧୮ ଓ ୧୫/୨.୨.୨୦୨୧୮ରେ ଏହା କାର୍ଯ୍ୟକାରୀ ହୋଇଥିବା ନେଇ ଜଣାପଡ଼ିଥିଲା । ମାତ୍ର ତା ୯/୧୧/୨୧ରିଖରେ ପ୍ରକାଶିତ ପୌରାଞ୍ଚଳ ସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ ବିଜ୍ଞପ୍ତିରେ ଏହି ଅଞ୍ଚଳକୁ ବାଦ ଦିଆଯିବା ଅତ୍ୟନ୍ତ ଦୁର୍ଭଗ୍ୟର ବିଷୟ ବୋଲି ବିକାଶ ମଞ୍ଚ ପକ୍ଷରୁ ଆରୋପ କରାଯାଇଛି । ଏହି ଦୁଇ ଅଞ୍ଚଳରେ ୫ଶହରୁ ଅଧିକ ଲୋକେ ପ୍ରତିଥର ପୌର ନିର୍ବାଚନରେ ଭୋଟ ଦେଉଥିବା ବେଳେ ଏଠାରେ ୟୁନିଟ ୫ରେ ୫ ଲକ୍ଷ ଟଙ୍କାର ଢଳେଇ ରାସ୍ତା, ୟୁନିଟ ୪ରେ ୬୭୦୦୦/- ଟଙ୍କାର ୬୦ଫୁଟ କଂକ୍ରିଟ ରାସ୍ତା, ରେଳଲାଇନ ପାଖ ରାସ୍ତାରେ ୬ଲକ୍ଷ ଟଙ୍କାର ନବୀକରଣ କାର୍ଯ୍ୟ ପୌର କର୍ତ୍ତୃପକ୍ଷ କାହିଁକି କଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଏଥି ସହିତ ଅଧିକାଂଶ ପରିବାରକୁ ରାସନ୍‌କାର୍ଡ଼ ପ୍ରଦାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଅର୍ଥ ମଞ୍ଜୁରି, ଜମି କିସମ ପରିବର୍ତ୍ତନରେ ପୌରପାଳିକା ନିର୍ଦ୍ଧାରିିତ ମୂଲ୍ୟରେ ଅର୍ଥ ମଧ୍ୟ ଆଦାୟ ହେଉଛି । ଏହା ସତ୍ତ୍ୱେ ୭ଶହରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଦୁଇ ଅଞ୍ଚଳକୁ ବାଲେଶ୍ୱର ପୌରପାଳିକାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ । ନେତା, ମନ୍ତ୍ରୀ ଓ ପ୍ରଶାସନର ବାରମ୍ବାର ପ୍ରତିଶ୍ରୁତି ପରେ ବି ଏଭଳି ଉାସୀନତାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି । ଆସନ୍ତା ନିର୍ବାଚନରେ ଏହି ଅଞ୍ଚଳ ବାସିନ୍ଦାମାନେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଥିବା ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମଞ୍ଚର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏଥି ସହିତ ଦାବି ହାସଲ ପାଇଁ ଅଞ୍ଚଳବାସୀ ଆଗାମୀ ଦନରେ ଆନ୍ଦୋଳନକୁ ଓହଲାଇବେ ବୋଲି ସେମାନେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କରୁଣାକର ମହାପାତ୍ର, ଉଷାରାଣୀ ରାଜ, ନାରାୟଣ ବାରିକ, ପ୍ରଦୀପ ଦାସ, ଧରିତ୍ରୀ ନାୟକ, ସାବିତ୍ରୀ ସିଂ, ସନାତନ ପାଣିଗ୍ରାହୀ, ପ୍ରଦୀପ ଦାସ ପ୍ରମୁଖ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ