ପୌରାଞ୍ଚଳସ୍ତରୀୟ ୧୭ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା

ବାଲେଶ୍ୱର, (ସରୋଜ ପଣ୍ଡା):ପୌରାଞ୍ଚଳସ୍ତରୀୟ ୧୭ବର୍ଷରୁ କମ ବାଳକ ବାଳିକା ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ଖ୍ରୀଷ୍ଟିୟାନ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ପୌରାଞ୍ଚଳ ଅନ୍ତର୍ଗତ ୧୨ ଗୋଟି ବିଦ୍ୟାଳୟାର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଉଭୟ ବାଳକ ଓ ବାଳିକା ବିଭାଗରୁ ୧୬ ଜଣ ଲେଖାଏଁ ଖେଳାଳି ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ଖ୍ରୀଷ୍ଟିୟାନ ହାଇସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ପୃଷ୍ଟି ଯୋଗଦେଇ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ଅମୂଲ୍ୟ କୁମାର ରାଉତ, ସୁଦାମ ବୁଗୁଡ଼ାଇ, ହେମନ୍ତ କୁମାର ଦାସ, ସର୍ଫରାଜ ଫିରଜୋସ, ଲିପିରାଣୀ ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିସ୍ତ୍ରୀ ମ୍ୟାଚ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ