ପିଏନବି ପକ୍ଷରୁ ହିନ୍ଦୀଭାଷ କର୍ମଶାଳା ଓ ପୁରସ୍କାର ବିତରଣ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ପଞ୍ଜାବ ନ୍ୟାଗ୍ଧନାଲ ବ୍ୟାଙ୍କ, ବାଲେଶ୍ୱର ମଣ୍ଡଳ କାର୍ଯ୍ୟାଳୟରେ ସହାୟକ ମହାପ୍ରବନ୍ଧକ ତଥା ମଣ୍ଡଳ ମୁଖ୍ୟ ପୁରୁଷୋତ୍ତମ ପଟ୍ଟନାୟକଙ୍କ ଉପସ୍ଥିତିରେ ହିନ୍ଦୀଭାଷା କର୍ମଶାଳା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଜୟ ଗୋଣ୍ଡ (ପ୍ରବନ୍ଧକ, ରାଜଭାଷା) କାର୍ଯ୍ୟକ୍ରମରେ ସଂଯୋଜନା କରିବା ସହ ରାଜଭାଷା ହୀନ୍ଦୀର ମହତ୍ତ୍ୱ ଓ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ୟାଙ୍କର ଉପ-ମଣ୍ଡଳ ମୁଖ୍ୟ ମୃଣାଳ କାନ୍ତି ମହାନ୍ତି ହିନ୍ଦୀଭାଷାର ସାମ୍ପ୍ରତିକ ସ୍ଥିତି ଏବଂ ସମ୍ଭାବନା ସହ ରାଜଭାଷାର ସାମ୍ବିଧାନିକ ନିୟମଗୁଡିକ ଉପରେ ଆଲୋଚନା କରିଥିଲେ । ପିଏଲ୍ପି ମୁଖ୍ୟ ତଥା ମୁଖ୍ୟ ପ୍ରବନ୍ଧକ ନଳିନୀ କାନ୍ତ ଦାସ, ମୁଖ୍ୟ ପ୍ରବନ୍ଧକ ପ୍ରକାଶ ଚନ୍ଦ୍ର ଗୋଚ୍ଛାୟତ, ମୁଖ୍ୟ ପ୍ରବନ୍ଧକ ପଦ୍ମ ଭୂଷଣ ପ୍ରଧାନ ଏବଂ ମୁଖ୍ୟ ପ୍ରବନ୍ଧକ ବ୍ରଜ କିଶୋର ସାହୁଙ୍କ ସମେତ ବିଭିନ୍ନ ଶାଖା ଓ କାର୍ଯ୍ୟାଳୟରୁ ଆସିଥିବା ଉପସ୍ଥିତ ଅଧିକାରୀମାନେ ଏହି କର୍ମଶାଳାରେ ଯାଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଗତ ୨୪ ତାରିଖରୁ ୨୯ ତାରିଖ ମଧ୍ୟରେ ହିନ୍ଦୀ ଦିବସ ଓ ହିନ୍ଦୀ ପକ୍ଷ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲ । ତାପସ କୁମାର ମହାନ୍ତି (ପ୍ରବନ୍ଧକ) ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


