ପୌର ଠିକା ସଫେଇ କର୍ମଚାରୀ ସଂଘର ସାଧାରଣ ସଭା

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ମୋତିଗଞ୍ଜ ବଜାରସ୍ଥିତ ରାଜସ୍ଥାନ ଭବନରେ ପୌର ଠିକା କର୍ମଚାରୀ ସଂଘ ତରଫରୁ ୨୦୨୦ ନୂଆ ବର୍ଷକୁ ସ୍ୱାଗତ ଜଣାଇ ବୁଧବାର ସନ୍ଧ୍ୟାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂଘର ସଭାପତି ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଏ.ଆଇ.ଟି.ୟୁ.ସି.ର ସଭାପତି ଭାଗବତ ପ୍ରତିହାର ଯୋଗଦେଇ ଚଳିତବର୍ଷଟି ସମାଜର ଦୁସ୍ଥ ଓ ଦଳିତ ବର୍ଗର ଜନଗଣ ସ୍ୱାଭିମାନ ସହ ବଞ୍ôଚବା ପାଇଁ ଦୃଢ଼ ଏକତା ଓ ସଂଗ୍ରାମର ବର୍ଷ ହେଉ ବୋଲି କହିଥିଲେ । ଗତ ୨୦୧୯ ମସିହାରେ ଠିକା ସଫେଇ କର୍ମଚାରଙ୍କ ଏକତା ଓ ସଠିକ୍ ନେତୃତ୍ୱ ଫଳରେ କର୍ମଚାରମାନଙ୍କ ଇ.ପି.ଏଫ୍‌. ବାବଦରେ ଏକକୋଟିରୁ ଊର୍ଦ୍ଧ୍ୱ ଟଙ୍କା ପୌର କର୍ତ୍ତୃପକ୍ଷ ଦାଖଲ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସଂଘର ସଂପାଦକ ଭଗବାନ ବେହେରା ତାଙ୍କର ସ୍ୱାଗତ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅତିଥି ଓ ବକ୍ତାଭାବେ ଏ.ଆଇ.ଟି.ୟୁ.ସି. ତରଫରୁ ଶ୍ୟାମସୁନ୍ଦର ଜେନା, ଶରତ ଚନ୍ଦ୍ର ଦଳାଇ, ଅଙ୍ଗନୱାଡ଼ି ସଂଘର ସାଧାରଣ ସଂପାଦିକା ଗୌରୀ ଦାସଙ୍କ ସମେତ ସଂଘ ତରଫରୁ ମନୋଜ ବେହେରା, ଭଗିରଥ ବେହେରା, ରାଜେଶ ନାୟକ, ମନୋଜ ବେହେରା, ଶକୁନ୍ତଳା ବେହେରା, ବାସନ୍ତି ବେହେରା ଓ ଲକ୍ଷ୍ମୀ ବେହେରା ପ୍ରମୁଖ ଏହି ସଭାରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ