ପୌର ନିର୍ବାଚନରେ ମଦ ବିକ୍ରି ବନ୍ଦ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନର ଏକ ସପ୍ତାହ ପୂର୍ବରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ମଦ ବିକ୍ରି ବନ୍ଦ ସାଙ୍ଗକୁ ଚୋରାମଦ କାରବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ପୋନା) । ଏହି ପରିପ୍ରେକ୍ଷୀରେ ସଙ୍ଗଠନର ସଭାପତି ଆଇନଜୀବୀ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦିକା ମମତା ମହାପାତ୍ର ବୈଠକର ବିିବରଣୀ ପାଠ ସହ ମଦ ବନ୍ଦ ବାବଦରେ ରାଜ୍ୟ ନିର୍ବାଚନ କମିଶନ, ରାଜ୍ୟ ସରକାର ଓ ଜିଲା ପ୍ର୍ରଶାସନର ଦୃଷ୍ଟି ଆକର୍ଷଣ ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ଅବକାରୀ ବିଭାଗରେ ସିଭିଲ ଉପଦେଷ୍ଟା କମିଟି ଗଠନ ଓ ସରକାରୀ ବ୍ୟବସ୍ଥାରେ ନିଶା ବିରୋଚନ କେନ୍ଦ୍ର ସ୍ଥାପନ ପାଇଁ କର୍ତ୍ତୃପକ୍ଷଙ୍କ ଠାରେ ଆଲୋଚନା ପାଇଁ ନିିଷ୍ପତି ଗ୍ରହଣ କରାଯାଇଥିଲା । ସଙ୍ଗଠନର ଉପଦେଷ୍ଟା ଡ. କେଶବ ଚରଣ ପଣ୍ଡ, ସୁବ୍ରତ କର, ଡ. କ୍ଷିତୀଶ୍ୱର ଦାଶ, କୁମୁନ୍ଦ ରଞ୍ଜନ ଗିରିି, ଅର୍ଚ୍ଚନା ନନ୍ଦୀ, ଗୀତାଞ୍ଜଳି ସିଂହ, ସୀତାରାମ ପ୍ରଧାନ, ପ୍ରସନ୍ନ କୁମାର ପାଢ଼ୀ, ରମେଶଚନ୍ଦ୍ର ଜେନା, ଯୋଗେଶଚନ୍ଦ୍ର ପ୍ରଧାନ, କମଳାକାନ୍ତ ଦାଶ, ମୀନା ସେଠୀ, ବିଜନ କୁମାର ଦେ, ବେଣୁଧର ସାହୁ, ସନାତନ ଦାସ ଓ ବସନ୍ତ ପ୍ରଧାନ ଏହି ବୈଠକରେ ଯୋଗଦେଇ ମତାମତ ରଖିଥିଲେ । ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


