ଦାୟିତ୍ୱ ଗ୍ରହଣ ପୂର୍ବରୁ କଳାକାରନାମାର ଗନ୍ଧ
ହିଂଜିଳିକାଟୁ, (ଶେଷଦେବ ସାହୁ):ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୧୬ ତାରିଖରେ ଅନୁଷ୍ଠିତ ହୋଇ ୨୮ ତାରିଖରେ ଫଳାଫଳ ଘୋଷଣା ହୋଇଥିଲା । ନବ ନିର୍ବାଚିତ ସରପଂଚ ଓ ସମିତିମେମ୍ବର ଦାୟିତ୍ୱ ଗ୍ରହଣ ପୂର୍ବରୁ କିଛି ଦୁର୍ନିତି ଖୋର ବ୍ୟକ୍ତି ବିଶେଷ ଦୁର୍ନିତିକୁ ମୁଖ୍ୟ ଅସ୍ତ୍ର କରିବାକୁ ଉଦ୍ୟମ କରୁଥିବା ଜଣାପଡିଛି । ଘରେ ନପଶୁଣୁ ମୁଣ୍ଡରେ ଚାଳ ବାଜିବା ନ୍ୟାୟରେ ସଂପୃକ୍ତ ପଂଚାୟତରେ ଦୁର୍ନିତିର କଳାକାରନାମାର ଗନ୍ଦ ପଦାକୁ ଆସିଛି । କେନ୍ଦ୍ରୀୟ ଯୋଜନାକୁ ମୋଡିମକଚି ପ୍ରଶାସନକୁ ଅନ୍ଧାରରେ ରଖି ମନରେ ଗାଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ୱାରା କାର୍ଯ୍ୟ କରିବାକୁ ମସୁଧା ଚଳାଇଥିବା ଦେଖିବାକୁମିଳିଛି । ବିନା ପ୍ରଶାସନିକ ଅନୁମତିରେ ଓ ପଂଚାୟତର ଅଜାଣତରେ ପୋଖରୀର ମାଟି ଆଡେଇ ଚଉଡା ରାସ୍ତା କରାଯାଇଥିବା ଦେଖିବାକୁମିଳିଛି । ପରେ ବ୍ଳକ ଓ ପଂଚାୟତ ଅଧିକାରୀଙ୍କ ତାଗିଦ ଫଳରେ ସଂପୃକ୍ତ ମନରେ ଗାକାର୍ଯ୍ୟଟି ଅଟକି ରହିଥିବା ଜଣାପଡିଛି । ଅନ୍ୟ କୌଣସି ପଂଚାୟତରେଏଭଳିଘଟଣା ଦେଖିବାକୁ ମିଳି ନଥିବାବେଳେ ହିଂଜିଳିକାଟୁ ବ୍ଳକର ଚାନ୍ଦୁଲି ପଂଚାୟତର ଚାନ୍ଦୁଲି ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ପ୍ରକାରେ, ଚାନ୍ଦୁଲି ଗ୍ରାମର ହାଣ୍ଡିଆଖାଲ ପୋଖରୀର ହିଡକୁ ଗତ ୩ ଦିନ ପୂର୍ବେ ଜେସିବ ସହାୟତାରେ ପୋଖରୀର ଗୋଟିଏ ପ୍ୱାର୍ଶକୁ ମାଟି ବାହାର କରି ଖସଡା ପ୍ରସ୍ତୁତ କରାଯାଇଛି । ସଂପୃକ୍ତପୋଖରୀଟି ପୂର୍ବରୁ ମନରେ ଗା ଯୋଜନାରେ ମାଟି କାମ ପାଇଁ ଶ୍ରମିକ ନିୟୋଜିତ କରିବା ସକାଶେ ଉଦ୍ଧିଷ୍ଠ ରହିଥିବା ବେଳେ ମେସିନ ବ୍ୟବହାର କରିବା ନିଷିଦ୍ଧ ରହିଛି । ଏଥି ପାଇଁ ପୂର୍ବରୁ ଶ୍ରମିକମାନଙ୍କ ଜରିଆରେ ମାଟି କାମ କରାଯାଇଥିବା ବେଳେ ବର୍ତମାନ ମେସିନ ବ୍ୟବହାର କରି ମାଟି କାମ କରିବା ପାଇଁ ମସୁଧା ଚାଲିଥିବା ଜଣାପଡିଛି । ପଂଚାୟତରେ ୭୦୫ ଜବ୍କାର୍ଡ ଧାରୀ ଶ୍ରମିକ ରହି ଥିବାବେଳେ ଏବଂ ଦ୍ୱାୟିତ୍ୱ ହସ୍ତାନ୍ତର ଓ ଗ୍ରହଣ କରାଯାଇ ନଥିବା ବେଳେ କାହା ନିର୍ଦ୍ଦେଶରେ ଓ କେଉଁ ଆଦେଶ ବଳରେ ହାଣ୍ଡିଆଖାଲ ପୋଖରୀ ରହିଡ ମେସିନ ଲଗାଇ ମାଟି କାମ ହେଲା ତାହା ଏବେ ପଂଚାୟତରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ସଂପୃକ୍ତ ପଂଚାୟତରେ ୪୨ଟି ଇନ୍ଦିରା ଆବାସ ଗୃହ ଘୋଟାଲାର ମାମଲା ଗତ କିଛିବର୍ଷ ଧରି ମାନ୍ୟବର ଉଚ୍ଚ ନ୍ୟାୟଳୟରେ ବିଚାରଧୀନ ରହିଥିବା ଜଣାପଡିଛି । ଆବାସ ଯୋଜନାରେ ଦୁର୍ନିତିର ପରଦା ହଟିନଥିବାବେଳେ ସଂମ୍ପ୍ରତି ପ୍ରଶାସନିକ ନୀତି ନିର୍ଦ୍ଦେଶକୁ ଫୁ’ କରିଦେଇ ମନରେ ଗାଯୋଜନାରେ ମସେିନ ବ୍ୟବହାର ସକାଶେ ମସୁଧା ଚଳାଇଥିବା ଘଟଣା ହାଟରେ ପଡି ଦାଣ୍ଡରେ ଗଡୁଛି । ପରେ ଘଟଣI ନେଇ ପଂଚାୟତ ନିର୍ବାହୀ ଅଧିକାରୀ ଘଟଣଶ ପରିଦର୍ଶନ କରିବା ପରେ ସଂପୃକ୍ତ କାମ ବନ୍ଦ ରଖିବାକୁ ହିଂଜିଳିକାଟୁ ବିଡିଓ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।


