ପୌର ନିର୍ବାଚନ ନିମନ୍ତେ ଷ୍ଟ୍ରଙ୍ଗ ରୁମ ବୁଲି ଦେଖିଲେ ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟ ଶେଷ ହେଉ ହେଉ ଏନଏସି ନିର୍ବାଚନ ନିମନ୍ତେ ବିଗୁଲ ବାଜି ସାରିଛି l ଏଥି ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା ଗ୍ରହଣ କରାଯାଇଛି l ଆସନ୍ତା ମାର୍ଚ୍ଚ 24 ତାରିଖରେ ଏନଏସି ନିର୍ବାଚନ ଅନୁଷ୍ଠିତ ହେବା ନେଇ ଦିନ ଧାର୍ଯ୍ୟ କରାଯାଇଛି l ପୌର ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ର ସହିତ ସମାପନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ  ଚେଷ୍ଟା ଆରମ୍ଭ କରାଯାଇଛି l ଏହି ପରିପ୍ରେକ୍ଷୀରେ ଶନିବାର ଛତ୍ରପୁର ଏନଏସି ର ଷ୍ଟ୍ରଙ୍ଗ ରୁମ ପରିସରକୁ ବୁଲି ସ୍ଥିତି ଯାଞ୍ଚ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁ ପ୍ରମୁଖ   l ଷ୍ଟ୍ରଙ୍ଗ ରୁମ ପରିସର ରେ କେମିତି ସୁରକ୍ଷିତ ଭାବେ ଇଭିଇମ ମେସିନ ରଖାଯାଇପାରିବ ଓ କିପରି ଏହି ନିର୍ବାଚନ କାର୍ଯ୍ୟ ସୁରୁଖୁରରେ ଶେଷ ହୋଇପାରିବ ସେ ନେଇ ଆଲୋଚନା ମଧ୍ୟ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ