ପୌର ପ୍ରଶାସନ ପକ୍ଷରୁ ସ୍ବାୟତ ଦିବସ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ସୋମବାର ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌର ପ୍ରଶାସନ ପକ୍ଷରୁ ପୌର କାର୍ଯ୍ୟାଳୟ ପରିସରରେ ନିଖିଳ ଉତ୍କଳ ସ୍ବାୟତ ଶାସନ ଦିବସ କୋଭିଡ-୧୯ କଟକଣା ଅନୁସାରେ ନିରାଡମ୍ବର ସହ ପାଳିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ମୁଖ୍ୟ ପ୍ରଶାସକ ତଥା ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ରାଇରଙ୍ଗପୁର ପୌରାଞ୍ଚଳକୁ ସବୁଜ, ସୁନ୍ଦର ଓ ପ୍ଲାଷ୍ଟିକ ମୁକ୍ତ କରିବା ସହ ରାଇରଙ୍ଗପୁର ସହରକୁ ଏକ ନମ୍ବର ସହର ଭାବେ ଗଢି ତୋଳିବା ପାଇଁ ସହରବାସୀଙ୍କୁ ଆହ୍ବାନ ଜଣାଇଥିଲେ । ଲୋକଙ୍କ ନିକଟରେ ସରକାରଙ୍କ ସରକାରଙ୍କ ସେବା ପହଞ୍ଚାଇବା ପାଇଁ ଏହି ପୌର କାର୍ଯ୍ୟାଳୟର ବହୁ ଅବଦାନ ରହିଛି । ନିଜେ ନିଜର ଶାସନ ଭାର ନେଇ ସେବା କରିବା ପାଇଁ ଏହା ଏକ ଉତ୍ତମ ସ୍ଥାନ ଅଟେ । ରାଇରଙ୍ଗପୁର ମ୍ୟୁନିସିପାଲଟିର ଦୁଇଟି ପ୍ରକଳ୍ପକୁ ସ୍ବାୟତ ଶାସନ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଙ୍ଗଙ୍କ ଜରିଆରେ ଲୋକାର୍ପିତ କରିଥିଲେ । ନଗର ଉନ୍ନୟନ ବିଭାଗ ତରଫରୁ ରାଇରଙ୍ଗପୁର ଗଢ ଗ୍ରାମରେ ନିର୍ମିତ ଏକ କୋଟି ଚଉତିରିଶ ଲକ୍ଷ ଟଙ୍କା ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ଓ ବାଇଦାପୋଷିରେ ମେଟାଲ ରିକଭରି ଫେସିଲିଟି ପ୍ଲାଣ୍ଟ ଲୋକାର୍ପିତ କରାଯାଇଥିବା ବେଳେ ଏଫଏସ ଟିପି ପ୍ଲାଣ୍ଟର ଶିଳାନ୍ୟାସ କରାଯାଇଥିଲା । ଏହା ଦ୍ୱାରା ସହରର ପରିମଳ ବ୍ୟବସ୍ଥା ଆଧୁନିକ ପ୍ରଣାଳୀରେ କାର୍ଯ୍ୟକାରୀ ହେବା ସହ ଚାଷୀ ମାନେ ପ୍ରାକୃତିକ ଜୈବିକ ସାର ପାଇଁ ପାରିବେ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ମହାପାତ୍ର ସୂଚାଇଥିଲେ ।ପରେ ପୌର ପ୍ରଶାସନ ପକ୍ଷରୁ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଏବଂ ଗଢ ମାଇକ୍ରୋ କମ୍ପୋଷ୍ଟିଙ୍ଗ ପ୍ଲାଣ୍ଟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ବେହେରା ଏବଂ ଅନ୍ୟ କର୍ମଚାରୀ ପ୍ରମୁଖ ମାସ୍କ ପିନ୍ଧି ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ ସାମିଲ ହେବା ସହ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ