ପ୍ରକଳ୍ପକୁ ଓାର୍ଡବାସୀ ଓ ଡମ୍ପର ମାଲିକଙ୍କ ବିରୋଧ ନିଷ୍ପତି
ଯୋଡ଼ା (ଯୁଗାଦ୍ଦନ୍ୟୁଜ)- କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଥିବା ଟାଟା ଷ୍ଟିଲ କମ୍ପାନୀର ହେବାକୁ ଥିବା ଜନ ଶୁଣାଣିକୁ ସ୍ଥାନୀୟ ଅଂଚଳବାସୀ ଓ ଡମ୍ପର ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଉଥିବା ଖବର ହସ୍ତଗତ ହୋଇଛି । ଶିଳ୍ପ ଭିତିଭୂମି ନିଗମ(ଇଡକୋ), ଭୁବନେଶ୍ୱର ଦ୍ୱାରା ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ୍ ଖଣିଠାରୁ ପୂର୍ବ ଯୋଡା ଲୌହ ଖଣି ସାଇଡିଂ ପର୍ଯ୍ୟନ୍ତ ଲୁହାପଥର କଂଚାମାଲ ପରିବହନ ପାଇଁ ଭୂମି ଉଦ୍ଧ୍ୱର୍ କରିଡରରେ କନଭେୟର ବେଲ ନିର୍ମାଣ ନିମନ୍ତେ ୩.୯୮୦ ପରିମିତ ବେସରକାରୀ ଜମି ଅଧିଗ୍ରହଣ ପାଇଁ ଆସନ୍ତା ୨୭/୦୯/୨୦୧୯ ରିଖରେ ଏକ ଜନଶୁଣାଣି କରାଯିବାର ଯୋଡା ପୌରପାଳିକା ପକ୍ଷରୁ ନୋଟିସ ୭୦୩୨ ତା ୧୦/୦୯/୨୦୧୯ ରିଖରେ ନୋଟିସ ଜାରି କରାଯାଇଛି । ପ୍ରକଳ୍ପ ପ୍ରଭାବିତ ୧୧, ୧୨, ୧୩ ନଂ ଓାର୍ଡବାସୀ ମାନେ ଉକ୍ତ ଜନଶୁଣାଣି ତଥା ଓାର୍ଡସଭାରେ ଉପସ୍ଥିତ ରହି ଜମି ଅଧିଗ୍ରହଣ ଏବଂ ତତଜନିତ ସାମାଜିକ ପ୍ରଭାବ ଉପରେ ନିଜ ନିଜର ମତାମତ ରଖାଯିବା ପାଇଁ ନୋଟିସ ଜାରି କରାଯାଇଛି । ତେବେ ଏହି ପ୍ରକଳ୍ପ ଦ୍ୱାରା ବିଶେଷ ଭାବେ କ୍ଷତିଗ୍ରସ୍ଥ ହେଉଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ(ମାଟୋଆ) ପକ୍ଷରୁ ଏହାର ବିରୋଧ ପ୍ରଦର୍ଶନ କରାଯିବାର ସୂଚନା ମିଳିଛି । ତା ୨୬/୦୯/୨୦୧୯ରିଖ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ବାଂଶପାଣିସ୍ଥିତ ମାଟୋଆ କାର୍ଯ୍ୟାଳୟଠାରେ ସଂଘର ଶତାଧିକ ଗାଡିମାଲିକ ଏକତ୍ରିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ଏହି ବୈଠକରେ ଟାଟା ଷ୍ଟିଲ କମ୍ପାନୀ ଖଣ୍ଡବନ୍ଧ ଲୌହ ମାଙ୍ଗାନିଜ୍ ଖଣିଠାରୁ ପୂର୍ବ ଯୋଡା ଲୌହ ଖଣି ସାଇଡିଂ ପର୍ଯ୍ୟନ୍ତ କନ୍ ଭେୟର ବେଲ୍ଟ ଯୋଗେ ନିଜର କଂଚାମାଲ ପରିବହନ କଲେ , ଯେଉଁ ସମସ୍ୟା ଉପୁଜିବ ସେ ବିଷୟରେ ଆଲୋଚନା କରିଥିଲେ । ଗାଡିମାଲିକ ସଂଘର ସଭାପତି ରଂଜିତ ବାରିକ, ଗାଡି ମାଲିକ ଶୈଳେନ୍ଦ୍ର ଜୋରା, ସରୋଜ ପ୍ରହରାଜ୍, ସୋଏବ ଖାଁ, ସଂଜୟ ପାତ୍ର, ଅମର ମହାକୁଡ, ସତ୍ୟାନନ୍ଦ କାରୁଆ, ମହେଶ ସିଂ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଗାଡିମାଲିକ ସଂଘରେ ପ୍ରାୟ ୪ ହଜାର ରୁ ଉଦ୍ଧ୍ୱର୍ ଡମ୍ପର ରେଜିଷ୍ଟ ଭୁକ୍ତ ଅଛନ୍ତି । କନ ଭେୟର ବେଲ୍ଟ ଯୋଗେ କଂଚାମାଲ ପରିବହନ ହେଲେ ଦୈନିକ କାର୍ଯ୍ୟ ପାଉଥିବା ଉକ୍ତ ଗାଡି ଗୁଡିକ ସମ୍ପୂର୍ଣ୍ଣ ଭାବେ ପରିବହନ କାର୍ଯ୍ୟରୁ ବଂଚିତ ହେବେ । ଏହାଦ୍ୱାରା ୪ ହଜାର ଗାଡିମାଲିକ ପରିବାରଙ୍କ ସମେତ ଡ୍ରାଇଭର , ହେଲପର ଙ୍କ ପରିବାର ମଧ୍ୟ ଆର୍ଥିକ ସଂକଟର ଶିକାର ହେବେ । ପୂର୍ବରୁ ସମସ୍ତ ଖଣି ଗୁଡିକରେ ମେସିନ ମାଇନିଂ ହେବାରୁ ହଜାର ହଜାର ଶ୍ରମିକ ଛଟେଇ ହୋଇ ବେକାର ହେଲେ । କୌଣସି ଉପାୟ ନପାଇ ଜମି ଜାଗା ବିକି ଫାଇନାନ୍ସ କରି ଗାଡି କିଣି ପରିବହନ କାର୍ଯ୍ୟ କରୁଛନ୍ତି । ମାତ୍ର ସ୍ଥାନୀୟ ଟ୍ରକ , ଡମ୍ପର ଗୁଡିକୁ ପରିବହନ କାର୍ଯ୍ୟ ନଦେଇ ବାହାର ରାଜ୍ୟରୁ ବଡ ବଡ ଟ୍ରକ ହାଇଓା ଆଣି ଖଣି କମ୍ପାନୀ ମାନେ କମ୍ ମୂଲ୍ୟ ଦେଇ ସେମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । ଫଳରେ ସ୍ଥାନୀୟ ଅଂଚଳବାସୀ ବେକାର ହେବାରେ ଲାଗିଲେଣି । ଯାହାକିଛି ମଧ୍ୟ ଖଣିରେ ଖଣିଜ ପରିବହନ କାର୍ଯ୍ୟ ପାଉଥିଲେ ତାହା ମଧ୍ୟ ଖଣି କମ୍ପାନୀମାନେ ବନ୍ଦ କରିଦେବାକୁ ବସିଲେଣି । ଟାଟା ଷ୍ଟିଲ କମ୍ପାନୀର ଉକ୍ତ ପ୍ରୋଜେକ୍ଟ ହେଲେ ସର୍ବାଧିକ ଗାଡିମାଲିକମାନେ ପ୍ରଭାବିତ ହେବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । କମ୍ପାନୀର ଜନଶୁଣାଣିକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା । ସେହିପରି ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେଉଥିବା ଯୋଡା ପୌରପାଳିକାର ୧୧,୧୨ ଓ ୧୩ ନଂ ଓାର୍ଡର ବାଂଶପାଣି, କମାରଯୋଡା, ଖୁଂଟପାଣି ଅଂଚଳବାସୀ ପ୍ରଶାନ୍ତ ଆପଟ, ଚତୁର୍ଭୁଜ ପଲେଇ, ଗୁରୁଦେବ ଆପଟ, ମୁରଲି ବେହେରା, ବିଷ୍ଣୁ ବାରିକ, ଅଜୟ ବାରିକ, ଏମ.ଡି ଖାନ୍ ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ୨୦୧୪ ମସିହାରେ ଯୋଡା ଫେରୋ ମାଙ୍ଗାନିଜ ପ୍ଲାନ୍ଟ ନିର୍ମାଣ ପାଇଁ ହୋଇଥିବା ଜନଶୁଣାଣି ବେଳେ କମ୍ପାନୀ ପକ୍ଷରୁ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ସ୍ଥାନୀୟ ନିଯୁକ୍ତି ଦିଆଯିବାର ପ୍ରତିଶ୍ରୁତି ଦେଇ ଜନଶୁଣାଣିକୁ ନିଜ ସପକ୍ଷରେ କରାଇ ନେଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ପ୍ରତିଶ୍ରୁତିକୁ ପୁରଣ କରିବାରେ କମ୍ପାନୀ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏଣୁ ଟାଟାଷ୍ଟିଲ କମ୍ପାନୀର ଆଉ ମିଥ୍ୟା ପ୍ରତିଶ୍ରୁତିକୁ ଗ୍ରହଣ କରାଯିବ ନାହିଁ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ । ଯୋଡା ଖଣି ମଣ୍ଡଳରେ ଥିବା ଅନେକ ଖଣି ଓ ଶିଳ୍ପ କମ୍ପାନୀ ଏଣିକି ଲୁହାପଥରକୁ ସଡକ ପଥରେ ପରିବହନ ନକରି ଭୂମି ଉପରୁ କନଭେୟର ବେଲ୍ଟ ଜରିଆରେ ପରିବହନ କରିବେ ଏବଂ ଭୂମି ତଳେ ବଡ ବଡ ପାଇପ ଲାଇନ୍ ଜରିଆରେ ଜଳ ଏବଂ ଲୁହାପଥରକୁ ମିଶାଇ କାଦୁଅ ପାଣି କରି ପରିବହନ କରିବେ । ଏହାଦ୍ୱାରା ସମ୍ପୂର୍ଣ୍ଣ ରାଜ୍ୟରେ ଟ୍ରକ ବ୍ୟବସାୟ ପ୍ରାୟତଃ ବନ୍ଦ ହୋଇଯିବ । ରାଜ୍ୟରେ ବେରୋଜଗାର ହେବେ ଲକ୍ଷାଧିକ ଲୋକ । ଏ ସମ୍ପର୍କରେ ଟାଟାଷ୍ଟିଲ କମ୍ପାନୀର କର୍ପୋରେଟ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତା ୨୭/୦୯/୨୦୧୯ ରିଖରେ ହେବାକୁ ଥିବା ଜନଶୁଣାଣି ସ୍ଥଗିତ ହୋଇଅଛି । ଏହି ପ୍ରୋଜେକ୍ଟ ଏକ ଟେକ୍ନିକାଲି ପ୍ରୁଭେନ୍ ପ୍ରୋଜେକ୍ଟ ଏହାଦ୍ୱାରା ରାସ୍ତା ଘାଟ ପ୍ରଦୂଷଣଠାରୁ ବହୁ ମାତ୍ରାରେ କମ୍ ରହିବ, ଏହି ପ୍ରୋଜେକ୍ଟ ଦ୍ୱାରା ଟ୍ରକ,ଡମ୍ପର ଗୁଡିକର କିଛି କ୍ଷତି ହେବ ନାହିଁ । ସେମାନେ ଯେତିକି କାର୍ଯ୍ୟ ପାଉଥିଲେ ସେତିକି କାର୍ଯ୍ୟ ପାଇବେ ଏବଂ ଆଗାମି ଦିନରେ କାର୍ଯ୍ୟ କରୁଥିବା ଗାଡି ସଂଖ୍ୟା ବୃଦ୍ଧି କରାଯିବାର ସମ୍ଭାବନା ରହିଛି । ଟାଟାଷ୍ଟିଲ କମ୍ପାନୀ ସିଏସଆର ଆକ୍ଟିଭିଟ୍ ରେ ବିଭିନ୍ନ କ୍ଷେତ୍ରରେ ଉନ୍ନତିମୂଳକ କାର୍ଯ୍ୟ କରିଅଛି ଏବଂ ଆଗକୁ ମଧ୍ୟ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯିବାର ଲକ୍ଷ ଧାର୍ଯ୍ୟ ରହିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।