ଏନ୍.ଏଚ୍.ଆଇ. କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବିରକ୍ତି ପ୍ରକାଶ କଲେ ଜିଲ୍ଳ୍ାପାଳ ଓ ଏସ୍.ପି

. ଯାଜପୁର,: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅସହଯୋଗ ଓ ଅବହେଳା ସଡକ ସୁରକ୍ଷା ପ୍ରତି ଅବମାନନା ସଦୃଶ । ଏକେତ ସେମାନେ ଅନେକ ବୈଠକରେ ଅନୁପସ୍ଥିତ ରହୁଚ୍ଥନ୍ତି । ଅପର ପକ୍ଷରେ ନ୍ୟସ୍ତ ଦାୟିତ୍ୱତ୍କ ସୁଚାରୁ ରୂପେ ସମୟାନୁସାରେ ସଂପନ୍ନ କରୁ ନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହେଊଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ କ୍ଷୋଭର ସହ କହିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ସଂପର୍କିତ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ଶ୍ରୀ ଦାସ ବିଗତ ମାସ ଅପେକ୍ଷା ଅଗଷ୍ଟ ଓ ସେପ୍ଟେମ୍ୱରରେ ସଡକ ଦୁର୍ଘଟଣା ଓ ମୃତ୍ୟୁ ହାର ହ୍ରାସ ହେବା ଏକ ଶୁଭ ସୂଚନା ଓ ଏହାର ଶ୍ରେୟ ନିଶ୍ଚିତ ଭାବେ ବ୍ୟାପକ ଧରପଗଡର ପ୍ରଭାବ ବୋଲି କହିଥିଲେ । ଧରପଗଡ ହେଊଚ୍ଥି ସବୁଠୁ ବଡ ସଚେତନତା । ସରକାର ୩ ମାସ ବିଭିନ୍ନ କାଗଜ ପତ୍ର ପାଇଁ ମହଲତ ଦେଇଚ୍ଥନ୍ତି କିନ୍ତୁ ଚଢଊ ଜାରି ରଖାଯାଊ । ଏହି ଚଢଊରେ ହେଲ୍ମେଟ୍, ଦ୍ରୁତ ଗାଡି ଚାଳନା, ଓଭରଟେଙ୍କି, ମୋବାଇଲ ବ୍ୟବହାର କରି ଗାଡିଚାଳନା ଓ ମଦ୍ୟପାନ କରି ଗାଡି ଚାଳନାକୁ କଠୋର ଭାବେ ଦେଖାଯାଊ । ଆବଶ୍ୟକ ସ୍ଥଳେ ଆର୍ଥିକ ଦଣ୍ଡ ହିଁ ଲୋକ ମାନଙ୍କୁ ସଚେତନ କରାଇପାରିବ । ସେହିପରି ଏନ୍.ଏଚ୍.ଆଇ. କର୍ତ୍ତୃପକ୍ଷ ନିୟମିତ ବୈଠକରେ ଯୋଗଦେବା, ସେମାନଙ୍କ ରାସ୍ତା ଗୁଡିକୁ ମରାମତି କରିବା, ବିଭିନ୍ନ ସଚେତନତା ମୂଳକ ସାଇନଏଜ ବା ପଂଳକ ଲଗାଇବା, ଆବଶକୀୟ ଲାଇଟ ବ୍ୟବସ୍ଥା ଇତ୍ୟାଦି କରିବାକୁ ଜିଲ୍ଳ୍ାପାଳ ନିର୍ଦ୍ଦେଶ ଦେଇଥିଲେ । ସଡକ ସୁରକ୍ଷା ପାଇଁ ସେମାନଙ୍କର ଆକ୍ସନ ପ୍ଳାନ ପ୍ରସ୍ତୁତ କରି ସେପ୍ଟେମ୍ୱର ୩୦ ସୁଦ୍ଧା ଜଣାଇବା ସହ ଅକ୍ଟୋବର ୧୫ ସୁଦ୍ଧା ସମସ୍ତ ମରାମତି ଓ ନିରାପତ୍ତା କାର୍ଯ୍ୟକୁ ସମାପ୍ତ କରିବାକୁ ଜିଲ୍ଳ୍ାପାଳ ଚେତାବନୀ ଦେଇଥିଲେ । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଯୋଗଦେଇ ଏନ୍.ଏଚ୍.ଆଇ. କର୍ତ୍ତୃପକ୍ଷଙ୍କ ଅସହଯୋଗ ଦୁଃଖଦାୟକ ବୋଲି କହିବା ସହ ଗୋଟିଏ ବିଭାଗର ଅବହେଳା ଅନ୍ୟ ସମସ୍ତ ବିଭାଗର ସପଂଳତାକୁ କ୍ଷତି ପହଞ୍ଚାଏ ବୋଲି ମତ ଦେଇଥିଲେ । ବିଗତ ୨ ମାସରେ ପୋଲିସ ଓ ପରିବହନ ବିଭାଗର ମିଳିତ ଚଢାଊ ବେଶ ପଂଳପ୍ରଦ ହୋଇଚ୍ଥି ଓ ଏହା ଜାରି ରହିବ ବୋଲି ସେ କହିଥିଲେ । ଜୁଲାଇ ଓ ଅଗଷ୍ଟ ମାସରେ ଜିଲ୍ଳ୍ାରେ ମୋଟ ୧୧୭୮ ଟି ଓଭର ସ୍ପିଡ ଧରାହୋଇ ୧୮୩ ଜଣଙ୍କ ଲାଇସେନ୍ସ ବାତିଲ ହୋଇଚ୍ଥି । ୬୦ ଜଣ ମଦ୍ୟପାନ କରିଥିବା ଚାଳକଙ୍କୁ ଧରାଯାଇ ୨୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଚ୍ଥି । ମୋବାଇଲ ବ୍ୟବହାର କରି ଗାଡି ଚାଳନା କ୍ଷେତ୍ରରେ ୨୪୦ ଜଣଙ୍କୁ ଧରାଯାଇ ୧୬୪ ଜଣଙ୍କର ଲାଇସେନ୍ସ ବାତିଲ, ଓଭରଲୋଡିଂ କ୍ଷେତ୍ରରେ ୧୧୭ ଟିରୁ ୪୪ ଜଣଙ୍କର ଲାଇସେନ୍ସ ବାତିଲ, ସାମଗ୍ରୀ ନେବା ଗାଡିରେ ପାସେଞ୍ଜର ନେଊଥିବା ୭୬ ଟି ଗାଡି ମଧ୍ୟରୁ ୪୬ ଜଣଙ୍କର ଲାଇସେନ୍ସ ବାତିଲ, ବିନା ହେଲମେଟରେ ଗାଡି ଚାଳନାରେ ୭୫୦୪ ଜଣଙ୍କୁ ଧରପଗଡ, ଟ୍ରାପିଂକରେ ରେଡ ଲାଇଟ୍ ଟପିଥିବାରୁ ୬ ଜଣଙ୍କୁ, ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ୧୦୮୭ ଜଣଙ୍କୁ ଧରାଯାଇଥିବା ବେଳେ ଭୁଲ ରାସ୍ତାରେ ଡ୍ରାଇଭିଂ ବା ପାର୍କିଂ କରିଥିବାରୁ ୩୦ ଜଣଙ୍କୁ ଧରାଯାଇ ୭ ଜଣଙ୍କର ଲାଇସେନ୍ସ ବାତିଲ କରାଯାଇଥିଲା । ଏହି ଧରପଗଡରେ ମୋଟ ୨୭୮୦୪୮୨ ଟଙ୍କା ଆଦାୟ ହୋଇଚ୍ଥି । ଅପ୍ରେଲ ଠାରୁ ଅଗଷ୍ଟ ପର୍ଯ୍ୟନ୍ତ ୨୦୮ ଟି ଦୁର୍ଘଟଣା ଘଟଣା ଘଟିଥିବା ବେଳେ ୧୦୧ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଅଗଷ୍ଟ ମାସର ଧରପଗଡ ଯୋଗୁଁ ଅନ୍ୟ ମାସ ଅପେକ୍ଷା ଏହା ଯଥେଷ୍ଟ କମ୍ ଅର୍ଥାତ୍ ମାତ୍ର ୧୪ ଟି ମୃତ୍ୟୁ ଘଟିଥିବା ଜଣାଯାଇଚ୍ଥି । ସେହିପରି ମୋଟ ୧୧୨ ଆହତଙ୍କ ମଧ୍ୟରୁ ଅଗଷ୍ଟରେ ୧୫ ଜଣ ଆହତ ହୋଇଥିବା ଜଣା ଯାଇଚ୍ଥି । ଏହି ବୈଠକରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଚଣ୍ଡିଖୋଲ ଆର୍.ଟି.ଓ. ଲାଲ ମୋହନ ସେଠୀ, ଯାଜପୁର ଆର୍.ଟି.ଓ. ସଚ୍ଚିନ୍ଦ୍ର ନାଥ ପଣ୍ଡା ସଡକ ସୁରକ୍ଷା କମିଟିର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ