ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୧ଲକ୍ଷ ୨୦ହଜାର ୪୩୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏହାର ଫଳ ପ୍ରକାଶ ପାଇଥିବାବେଳେ ବୋର୍ଡର ନିଜସ୍ୱ ୱେବସାଇଟ୍  ରେ କତ୍ତୃର୍ପକ୍ଷ ପରୀକ୍ଷାଫଳ ଅପଲୋଡ କରଥିବା ସୂଚନା ମିଳିଛି । ପରୀକ୍ଷାର୍ଥୀମାନେ ସେମାନଙ୍କ ୟୁଜର ଆଇଡି ଓ ପାସ୍ୱାର୍ଡ ବ୍ୟବହାର କରି ନିଜନିଜର ଫଳ ଜାଣିପାରିବେ । ତେବେ କେତେ ପ୍ରତିଶତ ଫଳ ହୋଇଛି ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଶୁକ୍ରବାର ୱେବସାଇଟ୍ରେ ସମସ୍ତ ତଥ୍ୟ ମିଳିପାରିବ ବୋଲି ବୋର୍ଡ ସମ୍ପାଦକ ରମାସିସ୍ ହାଜରା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଓଟିଇଟି ପରୀକ୍ଷା ଅନଲାଇନରେ ହୋଇଥିଲା । ହେଲେ ଉକ୍ତ ପରୀକ୍ଷାରେ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲାବେଳେ ପ୍ରଶ୍ନରେ ବନାନଗତ ଓ ଭାଷାଗତ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ବିଭିନ୍ନ ସଂଗଠନ ଓ ଅଭିଭାବକଙ୍କ ଦ୍ୱାରା ବୋର୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା । ପରେ ବୋର୍ଡ ସମ୍ପାଦକ ଓ ପରୀକ୍ଷା ନିୟନ୍ତ୍ରକ ଘଟଣା ବିଷୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ନଜରକୁ ଆଣିବା ପରେ ମନ୍ତ୍ରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ନଭେମ୍ବର ୨୦ ତାରିଖ ସୁଦ୍ଧା ଫଳ ପ୍ରକାଶ କରିବାକୁ ମନ୍ତ୍ରୀ ସେଠାରେ ନିର୍ଦ୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ