ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା,ବାଣିଜ୍ୟ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ ଦୁଇ ବାଣିଜ୍ୟ ,କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଭୁବନେଶ୍ୱରର ଗୀତଗୋବିନ୍ଦ ଭବନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକା ଉନ୍ନୋଚନ କରିଛନ୍ତି । ଚଳିତ ବର୍ଷ କଳା ରେ ପାସ ହାର ରହିଛି ୬୫.୮୯ ପ୍ରତିଶତ ଓ ବାଣିଜ୍ୟ ରେ ୭୦.୨୬ ପ୍ରତିଶତ ପାସ କରିଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ମାନେ www.chseodisha.nic.in, www.odisharesults.nic.in ୨ ଟି ୱେବସାଇଟ ରେ ପରୀକ୍ଷା ଫଳ ଦେଖି ପାରିବେ । ଚଳିତ ବର୍ଷ କଳା ରେ ୨ ଲକ୍ଷ୩୧ ହଜାର ୧୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟ ରେ ୧ଲକ୍ଷ ୫୨ ହଜାର ୩୨୩ ଜଣ ପରୀକ୍ଷା ଦେଇଥିଲେ । ସେଥିରୁ କଳା ରେ ୫୭ ହଜାର ୪୪୨ ଜଣ ଛାତ୍ରଛାତ୍ରୀ ଓବାଣିଜ୍ୟ ରେ ୯୪ ହଜାର ୮୮୧ ଜଣ ପାସ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ପାସ ହାର ଥିବା ବେଳେ ନବରଙ୍ଗପୁର ରେ ସର୍ବନିମ୍ନ ରହିଛି ପରୀକ୍ଷା ଫଳ ।


