ପ୍ରକାଶ ପାଇଲା ଯୁକ୍ତ ୨ କଟ ଅଫ ମାର୍କ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ସୋମବାର ଦିନ ଯୁକ୍ତ ପ୍ରଥମ ୨ କଟ ଅଫ ମାର୍କ ପ୍ରକାଶ ପାଇଛି । ସାମ୍ସ ପୋର୍ଟାଲରେ ତାଲିକା ପ୍ରଦାନ କରା ଯାଇଛି ।
ମିଳିଥିବା ସୂଚନା ଅନୁସାରେ ତିନିଟି ଷ୍ଟ୍ରିମରେ ରେଭେନ୍ସା ହାଇଅର ସେକେଣ୍ଡାରି ସ୍କୁଲ ସର୍ବାଧିକ କଟ ଅଫ ଯାଇଛି । ଏଠାରେ କଳାରେ ୭୯.୦୩%, ବାଣିଜ୍ୟରେ ୮୨% ଏବଂ ବିଜ୍ଞାନରେ ୯୧.୩୩% କଟ ଅଫ ମାର୍କ ରହିଛି । ସେହିପରି ବିଜ୍ଞାନରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ହାଇଅର ସେକେଣ୍ଡାରି ସ୍କୁଲ ୯୦.୬୭%, ଗଞ୍ଜାମର ସରସ୍ୱତୀ ବିଦ୍ୟା ମନ୍ଦିର ହାଇଅର ସେକେଣ୍ଡାରି ସ୍କୁଲ, ନୀଳକଣ୍ଠ ନଗର ୮୭.୮୩%, ଉପେନ୍ଦ୍ରନାଥ ହାଇଅର ସେକେଣ୍ଡାରି ସ୍କୁଲ ୮୭.୦୫%, ଫକୀର ମୋହନ ହାଇଅର ସେକେଣ୍ଡାରି ସ୍କୁଲ ୮୬.୮୩%, ଖୋର୍ଦ୍ଧାର ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିସ୍ ହାଇଅର୍ ସେକେଣ୍ଡାରି ସ୍କୁଲ ୮୬.୬୭%, ନୟାଗଡ ହାଇଅର ସେକେଣ୍ଡାରି ସ୍କୁଲ ୮୫.୬୭%, କଟକର ଜାତୀୟ କବି ବୀର କିଶୋର ସରକାରୀ ହାଇଅର ସେକେଣ୍ଡାରି ସ୍କୁଲ ୮୫.୫%, ଗଞ୍ଜାମର ଖଲ୍ଲିକୋଟ ହାଇଅର ସେକେଣ୍ଡାରି ସ୍କୁଲ ୮୫% ଏବଂ ରମାଦେବୀ ମହିଳା ହାଇଅର୍ ସେକେଣ୍ଡାରି ସ୍କୁଲ ୮୪.୬୭% ।ସେହିପରି କଳାରେ ବିଜେବି ହାୟର ସେକେଣ୍ଡାରୀ ସ୍କୁଲର କଟ ଅଫ ମାର୍କ ୭୮ ପ୍ରତିଶତ ରହିଥିବା ବେଳେ ରାଉରକେଲା ସରକାରୀ ହାୟର ସେକେଂଡାରୀ ସ୍କୁଲରେ ୭୫ ପ୍ରତିଶତ, କଟକର ଏସସିବି ମେଡିକାଲ କଲେଜରେ ୭୪.୫ ପ୍ରତିଶତ କଟ ଅଫ ମାର୍କ ଯାଉଛି ।ସେହିପରି ବାଣିଜ୍ୟ ଷ୍ଟ୍ରିମରେ ରାଉରକେଲା ସରକାରୀ ହାୟର ସେକେଂଡାରୀ ସ୍କୁଲରେ ୮୦. ୮୩ ପ୍ରତିଶତ, କଟକ ଶୈଳବାଳାରେ ୭୭.୭୬ ପ୍ରତିଶତ କଟ ଅଫ ମାର୍କ ରହିଛି । ଉଲ୍ଲେଖନୀୟ ଯେ ଅଗଷ୍ଟ ୧୨ ତାରିଖ ରୁ ଯୁକ୍ତ୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସେପ୍େଟମ୍ବର ୫ ତାରିଖ ପର୍ଯ୍ୟନ୍ତ ଆବେଦନ ଚାଲିଥିଲା । ଆଜି ମେରିଟ ଲିଷ୍ଟ ପ୍ରକାଶ ପରେ ୧୪ ରୁ ୨୧ ତାରିଖ ମଧ୍ୟରେ ନାମଲେଖା ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ୨୭ ତାରିଖରେ ବାହାରିବା ପରେ ୨୯ ରୁ ଅକ୍ଟୋବର ୧ ତାରିଖ ମଧ୍ୟରେ ନାମଲେଖା ହେବ । ଏହି ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ ପାଇଁ ଅକ୍ଟୋବର ୪ ରେ ତାଲିକା, ୫ ସୁଦ୍ଧା ପଞ୍ଜିକରଣ ଏବଂ ମେରିଟ ଲିଷ୍ଟ ପରେ ଅକ୍ଟୋବର ୭ ତାରିଖରେ ନାମଲେଖା ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ