ପ୍ରକୃତି ବନ୍ଧୁ ପୁରସ୍କାରେ ସମ୍ମାନୀତ ହେଲେ ମନୋଜ 

ପୋଲସରା (ଯୁଗାବ୍ଦ ନ୍ୟୁଜ) – ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁର ଷ୍ଟାଡିୟମ ଠାରେ ୭୩ ତମ ସ୍ବାଧିନତା ଦିବସ ବହୁ ଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ଭାବରେ ପୋଲସରା ବ୍ଲକ ଅଧିନସ୍ଥ ଭାବରଡା ଗ୍ରାମର ମନୋଜ କୁମାର ମହାରଣା ଙ୍କୁ ସରକାରୀ ସମ୍ମାନର ସହ ପୁରସ୍କୃତ ରାଶି ପ୍ରଦାନ କରାଯାଇଛି । ସ୍ବାଧୀନତା ଦିବସ ଅବସରରେ ବ୍ରହ୍ମପୁର ଷ୍ଟାଡିୟମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଶ୍ରୀଯୁକ୍ତ ଟି. ଆଓ ଏବଂ ଉପଜିଲ୍ଲାପାଳ ଶ୍ରୀ ଶିନ୍ଦେ ଦତ୍ତାତ୍ରୟ ଭାଉ ସାହେବ ଉପସ୍ଥିତ ଥିଲେ । ଏହି କାର‌୍ୟ୍ୟକ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ମାନେ ପ୍ୟାରେଡ୍ ରେ ଯୋଗ ଦେଇଥିଲେ । ପାରମ୍ପରିକତାକୁ ବଜାଇ ରଖି ଛାତ୍ରଛାତ୍ରୀ ମାନେ ନିଜେ ନିଜର ଆନୁଷ୍ଠାନିକ କାର‌୍ୟ୍ୟକ୍ରମ ମାଧ୍ୟମରେ ଦେଶାତ୍ମକ ବୋଧ ସଙ୍ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ ଜ୍ଝ ଏହି କାର‌୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୩ ଟି ବ୍ଲକର ୧୩ ଜଣ ପ୍ରକୃତି ପ୍ରେମୀଙ୍କୁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏଥିରେ ପୋଲସରା ବ୍ଲକ ଭାବରଡା ଗ୍ରାମର ମନୋଜ କୁମାର ମହାରଣା ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ ହୋଇ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କାର ପୁରସ୍କାର ରାଶି ପ୍ରାପ୍ତ କରିଛନ୍ତି । ପୋଲସରା ବ୍ଲକର ଭାବରଡା ଗ୍ରାମର ଭଗବାନ ଓ ଗୀତାଞ୍ଜଳି ମହାରଣା ଙ୍କ ପୁତ୍ର ମନୋଜ କୁମାର ମହାରଣା ଜଣେ ଗିନିଜ ରେକର୍ଡ ଧାରି । ସ୍ବେଛାସେବୀ ସହିତ ସେ ଜଣେ ଯୁବ କବି ମଧ୍ୟ । ସେ ୨ ଥର ନିଜ ନାମ ଗିନିଜ ବୁକରେ ସ୍ଥାନିତ କରିଛନ୍ତି । ଏସିଆ ବୁକ ଓ ଇଣ୍ଡିଆ ବୁକରେ ମଧ୍ୟ ନିଜ ନାମକୁ ସ୍ଥାନିତ କରିଛନ୍ତି । ସେ ୨ ଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ଜଣେ ସ୍ବେଛାସେବୀ ଓ ପରୋଉକାରୀ ଭାବେ ପୋଲସରା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ବୃକ୍ଷରୋପଣ କରୁଛନ୍ତି । ସେ ଏଯାଏଁ ୧୦ ଜଣଙ୍କୁ ନିଜର ରକ୍ତଦାନ କରିଛନ୍ତି । ଏପରିକି ତାଙ୍କ ବନ୍ଧୁ ସ୍ବେଛାସେବୀ ଙ୍କୁ ନେଇ ଗୋପାଳ ପୁର ସମୁଦ୍ରର ବେଳାଭୂମିକୁ ସ୍ୱଚ୍ଛ କରିବା ସହ ପ୍ରତି ସ୍ଥାନରେ ବୃକ୍ଷ ରୋପଣ କରି ଲୋକମାନଙ୍କୁ ସଚେତନତା କରାଉଛନ୍ତି । ଯାହାକୁ ନେଇ ଗୁରୁବାର ସରକାରଙ୍କ ପକ୍ଷରୁ ମନୋଜଙ୍କୁ ପ୍ରକୃତ ବନ୍ଧୁ ଭାବରେ ସମ୍ମାନ ଜଣାଇ ପୁରସ୍କୃତ କରା ଯାଇଛି । ସ୍ବାଧୀନତା ସଂଗ୍ରାମୀ ଦିବସରେ ମନୋଜ ଏହି ପ୍ରକୃତି ବନ୍ଧୁ ପୁରସ୍କାର ପାଇଲା ପରେ ଗ୍ରାମର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ ବିଧାୟକ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ମନୋଜଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ