ଏଲ୍ଓସି ଅଶାନ୍ତ

(ଯୁଗାବ୍ଦ ନ୍ୟୁଜ୍)-ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଠିବାପରେ ବ୍ୟସ୍ତ ବିବ୍ରତ ପାକିସ୍ଥାନ ଏନେଇ ସେ ମିଳିତ ଜାତିସଘଂରେ ଅଭିଯୋଗକରିବା ସହ ଏପରିକି ଭାରତସରକାରଙ୍କ ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବା ପାଇଁ ଆମେରିକା ନିକଟରେ ଦାବି ଉପସ୍ଥାପନା କରିଥିଲା । କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକା କହିଛି ଯେ, ଏହା ଦୁଇ ର ଆଭ୍ୟନ୍ତରୀଣ ମାମଲା ଆପେସ ବୁଝାମଣା ଦ୍ୱାରା ସମାଧନା ହେବା ଦରକାର । ଅନ୍ୟପଟେ ପାକିସ୍ଥାନ ଚାରିଆଡୁ ନିରାସ ହେବାପରେ ପରୋକ୍ଷରେ ଭାରତକୁ ଯୁଦ୍ଧ କରିବାକୁ ଭାରତକୁ ଉସୁକାଉଛି । ତା ସହିତ ବାରମ୍ବାର ପାକିସ୍ତାନୀ ସେନା ସୀମାରେ ଅସ୍ତ୍ରବିରତି ଉଲଂଘନ କରୁଛି । ଦୁଇଦେଶର ତିକ୍ତତା ଏବେ ଚରମ ସୀମାରେ ପହଞ୍ଚଛି । ଉଭୟ ଦେଶ ରେଳସେବା ଠାରୁ ଆରମ୍ଭ କରି ଚଳଚିତ୍ର, ବିଜ୍ଞାପନକୁ ସେଠାରେ ବ୍ୟାନ କରାଯାଇଛିି । ଏଭଳି ପରିସ୍ଥିତି ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପରମାଣୁ ବୋମାକୁ ନେଇ ବୟାନ ସାମ୍ନାକୁ ଆସିଛି ପୋଖରାନରେ ରାଜନାଥ କହିଛନ୍ତି , ଭାରତର ପୂର୍ବରୁ ପରମାଣୁ ବୋମା ବ୍ୟବହାର ନ କରିବା ନେଇ ନୀତି ରହିଥିଲା । ଯାହାକୁ ଆବଶ୍ୟକ ପଡିଲେ ବଦଳାଇ ଦିଆଯାଇପାରେ । ଆମେ ପ୍ରଥମେ ପରମାଣୁ ବୋମ ବ୍ୟବହାର କରୁ ନଥିଲୁ । କିନ୍ତୁ ଭବିଷ୍ୟତରେ କିଛି କହିହେବ ନାହ୍ଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ