ପ୍ରକୃତି ମିତ୍ର ପୁରସ୍କାର ପାଇଲା ମା ଜାଗେଶ୍ୱରୀ ଇକୋ ଡେଭେଲପମେଣ୍ଟ କମିଟି

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପରିବେଶ ଦିବସ ଅବସରରେ କୋଣାର୍କ ବନବିଭାଗ ଅଧିନସ୍ଥ ବାଣପଦା ଗ୍ରାମର ମା ଜାଗେଶ୍ୱରୀ ଇକୋ ଡେଭେଲପମେଣ୍ଟ କମିଟିର ସାମାଜିକ ବନୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ ସରକାରଙ୍କ ଜଂଗଲ, ପରିବେଶ ଓ ଜଳବାୟୁ ନିୟନ୍ତ୍ରଣ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଠାରୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଏହି ରାଜ୍ୟ ସ୍ତରୀୟ ପରିବେଶ ଦିବସ ସମାରୋହରେ ମା ଜାଗେଶ୍ୱରୀ ଇକୋ ଡେଭେଲପମେଣ୍ଟ କମିଟିର ସଭାପତି ବିଶ୍ବଜିତ ନାୟକ ମନ୍ତ୍ରୀ ଶ୍ରୀ ଅମାତଙ୍କ ଠାରୁ ପ୍ରକୃତି ମିତ୍ର ମାନପତ୍ର ସହ କୋଡିଏ ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ମା ଜାଗେଶ୍ୱରୀ ଇକୋ ଡେଭେଲପମେଣ୍ଟ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ଜଂଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ସମେତ ପୁରୀ ବନ୍ଯପ୍ରାଣୀ ବନଖଣ୍ଡର ଜିଲ୍ଲା ଅଧିକାରୀ ଓ କୋଣାର୍କ ବନବିଭାଗ ପ୍ରମୁଖଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ