ପ୍ରଚାର ଆରମ୍ଭ କଲେ ବିଧାୟକ ଓ ପୂର୍ବତନଉପ ବାଚସ୍ପତି
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକରେ ବିଜେଡି ତରଫରୁ ୧୪ ଓ ୧୫ ନମ୍ବର ଜିଲ୍ଲାପରିଷଦ ସଭ୍ୟ ପାର୍ଥୀ ପାଇଁ ଆଜି ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ପୁର୍ବତନ ଉପବାଚସ୍ପତି ରାମଚନ୍ଦ୍ରପଣ୍ଡା ମିଳିତ ଭାବେ ପ୍ରଚାର ଶୁଭାରମ୍ଭ କରିଥିବା ଦେଖାଯାଇଛି । ଗଂଜାମ ବ୍ଲକ ଅନ୍ତର୍ଗତ ସାନଗୋପାଳପୁର ଗ୍ରାମ ଠାରେ ଯୁବନେତା ନିରଞ୍ଜନ ରେଡିଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ପୁର୍ବତନ ଉପବାଚସ୍ପତି ତଥା ରାଜ୍ୟ କୃଷି ବିପଣନ ବୋର୍ଡର ଉପଦେଷ୍ଟା ରାମଚନ୍ଦ୍ରପଣ୍ଡା ଯୋଗଦେଇ ବିଜୁ ଜନତା ଦଳର ୧୪ ନମ୍ବର ଯୋନର ଜିଲ୍ଲାପରିଷଦ ସଭ୍ୟ ସସ୍ମିତା ସ୍ୱାଇଁ ,ଓ ୧୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରାଙ୍କୁ ରେକର୍ଡ ସଂଖ୍ୟାରେ ବିଜୟ କରିବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଆଦିକନ୍ଧ ସେଠୀ , ପୁର୍ବତନ ବ୍ଳକଅଧ୍ୟକ୍ଷ ସୁରଥ ପ୍ରଧାନ, ବରିଷ୍ଠ ନେତା ବାନାମ୍ବରପଲେଇ ନିଜର ବକ୍ତବ୍ୟ ରଖିଥିଲେ। ସନ୍ତୋଷପୁର ପଞ୍ଚାୟତର ନିର୍ଦ୍ୱନ୍ଦରେ ନିର୍ବାଚିତ ସରପଞ୍ଚ କବିତା ସାହୁ, ସମିତିସଭ୍ୟ କବିତା ରେଡି ମଞ୍ଚସିନ ଥିଲେ । ଏହି ଅବସରରେ ଦଳୀୟ ପତାକା ଦେଖାଇ ପ୍ରଚାରଗାଡିର ଶୁଭାରମ୍ଭ କରିଥିଲେ । ଏହି ସଭାରେ ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ଶତ୍ରୁଘନ ମହାଙ୍ଗୁଡ,ଛାୟାକାନ୍ତ ପ୍ରଧାନ, ସରପଞ୍ଚ ସନ୍ତୋଷରେଡି, ସନ୍ତୋଷ ସେଠି, ପ୍ରଭାତ ସେଠି, ପୁର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ସାହୁ, ବିଜେଡି ନେତା ରଙ୍କପ୍ରଧାନ,ଉମାଜେନା , ବଟକୃଷ୍ଣପଣ୍ଡା, ପୁର୍ବତନଅଧ୍ୟକ୍ଷ ଉର୍ମିଳା ପଲେଇ, ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, କୃଷ୍ଣପ୍ରଧାନ, ବ୍ଲକ ଯୁବବିଜେଡି ସଭାପତି ଅନ୍ତର୍ଯ୍ୟାମି ବେହେରା, ଜିଲ୍ଲାଉପସଭାପତି ଶିଵସ୍ୱାଇଁ, ଛାତ୍ର ବିଜେଡି ଜିଲ୍ଲା ଉପ ସଭାପତି ଲିଙ୍ଗରାଜ ମାହାପତ୍ର, ପୁର୍ବତନ ସମିତି ସଭ୍ୟ ବନବାସୀଖୁଣ୍ଟିଆ, ସୁଧୀର ପାଢ଼ୀ, ରାକେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ଆଜିର ଏହି କାର୍ଯ୍ୟକ୍ରମରେ ବ୍ଳକ ସଭାପତି ଇନ୍ଦ୍ରମଣି ଦଳେଇ ଅନୁପସ୍ଥିତ ଥିବା ଦେଖାଯାଇଥିଲା। ଗତ ନିର୍ବାଚନରେ ୧୫ ନମ୍ବର ଜୋନ ବିଜେପି ଅକ୍ତିଆରକୁ ଯିବା ବର୍ତ୍ତମାନ ବ୍ଲକ ସଭାପତି ଦଳେଇ ପ୍ରଚାରରେ ସାମିଲ ନ ହୁଅନ୍ତି, ତେବେ ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ପାଇଁ ଘାଟା ହୋଇପାରେ ବୋଲି ରାଜନୈତିକ ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି ।


