ପ୍ରଚାର କଲେ ପୂର୍ବତନ ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆସନ୍ତା ୨୦ ତାରିଖରେ ଛତ୍ରପୁର ବ୍ଲକରେ ମତଦାନ ହେବ । ଏଥି ସକାଶେ ଛତ୍ରପୁର ବ୍ଲକର ସମସ୍ତ ପଂଚାୟତର ସରପଂଚ, ସମିତିସଭ୍ୟ ପ୍ରାର୍ଥୀ ମାନେ ନିଜ ନିଜ ପ୍ରଚାରକୁ ଜୋରସୋର ରେ ଚଳାଇଛନ୍ତି । ଭୋଟର ମାନଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସିନେ ତାରକା ମାନଙ୍କ ସହିତ ପୁରୁଖା ନେତା ମାନଙ୍କୁ ନିଜ ପ୍ରଚାର କାର୍ଯ୍ୟରେ ସାମିଲ କରି ଭୋଟର ମାନଙ୍କ ଘରେ ଘରେ ପହଂଚି ନିଜ ସପକ୍ଷରେ ଭୋଟଭିକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ ମାଧପୁର ପଂଚାୟତର ସରପଂଚ ପ୍ରାର୍ଥିନୀ ଅର୍ଚ୍ଚନା କୁମାରୀ ସେଠୀ ଓ ସମିତିସଭ୍ୟା ପ୍ରାର୍ଥିନୀ ଏସ୍‌. ଶାରଦା ରେଡ୍ଡି ମଧ୍ୟ ପଂଚାୟତର ବିଭିନ୍ନ ଗ୍ରାମକୁ ବୁଲି ନିଜ ପ୍ରଚାର କାର୍ଯ୍ୟକ୍ରମ ଜୋରସୋରରେ ଚଳାଇଛନ୍ତି । ଏଥିରେ ଛତ୍ରପୁର ର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଷ୍ଟାର ପ୍ରଚାରକ ଭାବେ ସାମିଲ ହୋଇ ପଂଚାୟତର ଘରକୁ ଘର ବୁଲି ବଡମାଧପୁର ପଂଚାୟତର ସରପଂଚ ପ୍ରାର୍ଥିନୀ ଅର୍ଚ୍ଚନା କୁମାରୀ ସେଠୀ ଓ ସମିତିସଭ୍ୟ ପ୍ରାର୍ଥନୀ ଏସ୍‌. ଶାରଦା ରେଡ୍ଡିଙ୍କ ଭୋଟ ଦେଇ ବିଜୟୀ କରିବା ପାଇଁ ଜନସାଧାରଣ ମାନଙ୍କୁ ଅନୁରୋଧ କରିଥିଲେ । ପୂର୍ବତନ ବିଧାୟକ ଶ୍ରୀ ପ୍ରଧାନ ଦୀର୍ଘ ୩ ବର୍ଷ ପରେ ପୁଣି ଥରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ତାଙ୍କ ସମର୍ଥକ ମାନେ ବେଶ୍ ଖୁସି ଜାହିର କରିଛନ୍ତି । ଏହି ପ୍ରଚାରରେ ୧୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏସ୍‌. କିଶୋର ରେଡ୍ଡି, ପୂର୍ବତନ ସାଂସଦ ପ୍ରତିନିଧି ମହେଶ୍ୱର ପ୍ରଧାନ, ବରିଷ୍ଠ ନେତା ଲଡୁ ପେଣ୍ଠେଇ, ପୂର୍ବତନ ବିଜେଡି ଛତ୍ରପୁର ବ୍ଲକ ସଭାପତି ସ୍ୱପ୍ନେଶ୍ୱର ନାହାକ, ଶିବ ସେଠୀଙ୍କ ସମେତ ବହୁ ଛାମୁଆ ନେତା ମାନେ ପଂଚାୟତ ସାରା ବୁଲି ଉଭୟ ପ୍ରାର୍ଥିନୀ ମାନଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି । ଏକ ବିରାଟ ବାଇକ ଶୋଭାଯାତ୍ରା ରେ ବାହାରି ପଂଚାୟତର ବରଙ୍ଗ ଗ୍ରାମ ଠାରେ ଶେଷ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ