ପ୍ରଚାର କଲେ ପୂର୍ବତନ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଆଜି ଦ୍ୱିତୀୟ ଦିନରେ ଛତ୍ରପୁର ବ୍ଲକର ନରେନ୍ଦ୍ରପୁର ପଂଚାୟତ ସରପଂଚ ପ୍ରାର୍ଥିନୀ ଜ୍ୟୋତି ସାହୁ ଓ ସମିତିସଭ୍ୟ ପ୍ରାର୍ଥିନୀ ବି. ସୋନାଲି ସେନାପତିଙ୍କ ନିମନ୍ତେ ପ୍ରଚାରକରିଛନ୍ତି । ଷ୍ଟାର ପ୍ରଚାର ଭାବେ ପୂର୍ଭତନ ବିଧାୟକ ଡାକ୍ତର ପ୍ରଧାନ ପଞ୍ଚାୟତର ଘର କୁ ଘର ବୁଲି ଉଭୟ ପ୍ରାର୍ଥୀନୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଛନ୍ତି । ଦୀର୍ଘ ଦିନ ପରେ ପୂର୍ବତନ ବିଧାୟକ ଡାକ୍ତର ଶ୍ରୀ ପ୍ରଧାନ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ତାଙ୍କ ସମର୍ଥକ ମାନେ ବହୁ ଖୁସି ଜାହିର କହିଥିଲେ । ଏହି ପ୍ରଚାରରେ ନରେନ୍ଦ୍ରପୁର ପଞ୍ଚାୟତର ଯୁବନେତା ତଥା ସମିତି ସଭ୍ୟ ଜ୍ୟୋତି ରଂଜନ ସାହୁ, ବିଜୟ କୁମାର ପଣ୍ଡା, ଜଗନ୍ନାଥ ସାବତଙ୍କ ସମେତ ପଞ୍ଚାୟତର ବହୁ ଛାମୁଆ ନେତା ଓ ଶତାଧୀକ ମହିଳା ମାନେ ସାମିଲ ଥିଲେ ।


