ପ୍ରଚାର ନିଷେଧ ସତ୍ୱେ ଗ୍ରାମରେ ୯୫ ଠାରୁ ୯୬ ପ୍ରତିଶତ ଭୋଟ
ଗୁଜୁରାଟର ରାଜକୋଟ ଜିଲ୍ଲାରେ ନିର୍ବାଚନ ପ୍ରଚାର ନିଷେଧ ସତ୍ୱେ ସେହି ଗ୍ରାମରେ ୯୫ ଠାରୁ ୯୬ ପ୍ରତିଶତ ଭୋଟ ହୁଏ । ଗୁଜୁରାଟର ରାଜକୋଟ ଜିଲ୍ଲାରେ ଥିବା ଏକ ଗ୍ରାମ ରାଜ ସମଢିୟାଲରେ କୌଣସି ରାଜନୈତିକ ଦଳମାନଙ୍କୁ ପ୍ରଚାର କରିବାକୁ ସୁଯୋଗ ଦିଆଯାଏ ନାହିଁ । ନିର୍ବାଚନ ପ୍ରଚାର କରାଗଲେ ଗ୍ରାମର ପରିବେଶ କଳୁଷ ହୋଇଯିବ ବୋଲି ଲୋକ ମାନଙ୍କର ଧାରଣା ରହିଛି । ଏହି ଗ୍ରାମରେ ଭୋଟ ପାଇଁ ସମସ୍ତ ଦେଶ ଠାରୁ ଏହି ଗ୍ରାମଟିରେ ଭୋଟ ଗ୍ରହଣ ନିଷ୍ପତ୍ତି ଟିକିଏ ଭିନ୍ନ । ଗ୍ରାମ ଲୋକମାନଙ୍କର ଶୃଙ୍ଖଳିତ ନିୟମ ବି ରହିଛି । ଗ୍ରାମର ଯେଉଁ ଲୋକମାନେ ଭୋଟ ଦେବେ ନାହିଁ ସେମାନଙ୍କୁ ୫୧ ଟଙ୍କା ଜୋରୀ ମାନା ଦେବାକୁ ପଡିଥାଏ । ତେଣୁ ଏହି ଗ୍ରାମ ସଦାବେଳେ ଟିକିଏ ଭିନ୍ନ ଚର୍ଚ୍ଚା ହୋଇଥାଏ ଦେଶରେ । ଗ୍ରାମରେ ବସବାସ କରୁଥିବା ଲୋକମାନେ କେବେ ମଧ୍ୟ ଘରେ ତାଲା ପକାନ୍ତି ନାହିଁ କି ଦୋକାନ ମାନଙ୍କରେ ତାଲା ପକାନ୍ତି ନାହିଁ । ଏହି ଗାଆଁର ସରପଞ୍ଚ ଅଶୋକ ଭାଇ ବାଘେରା କହନ୍ତି, ଆମର ପୂର୍ବତନ ସରପଞ୍ଚ ହରଦେବ ସିଂହ ଜାଡେଜାଙ୍କ ଅମଳରୁ ଏହି ଗାଆଁରେ ନିର୍ବାଚନ ପ୍ରଚାରକୁ ନିଷିଦ୍ଧ କରାଯାଇଛି।