ପ୍ରଚେଷ୍ଟାର ନିଆରା କାର୍ଯ୍ୟକ୍ରମ
ଭୁବନେଶ୍ୱର, : ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ଛକ ନିକଟରେ ନିୟୁ ଏଜି କଲୋନୀ ଭେଣ୍ଡିଙ୍ଗ ଜୋନ ଏବଂ କଳିଙ୍ଗ ମାର୍କେଟଠାରେ ସକାଳ ୯ ଘଟିକା ସମୟରେ ‘ପ୍ରଚେଷ୍ଟା’ ତରଫରୁ ଗାନ୍ଧି ଜୟନ୍ତୀ ନିଆରା ଢଙ୍ଗରେ ସ୍ଥାନିୟ ଲୋକମାନଙ୍କ ଉପସ୍ଥିତିରେ ପାଳନ କରାଯାଇଛି । ସ୍ୱଚ୍ଛ ଭାରତ ପ୍ରତିଷ୍ଠା ପାଇଁ ପ୍ଲାଷ୍ଟିକ ଓ ପଲିଥିନ୍ ବର୍ଜନ ଅତ୍ୟନ୍ତ ଜରୁରୀ ବୋଳି ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିବେକାନନ୍ଦ ବାରିକ, ବିଶ୍ୱଜିତ୍ ଦାସ, ସୁଶାନ୍ତ ପାଢୀ, ଶିବୁ ସାହୁ, ଏସ୍.କେ. ରଫିକ୍, ଚିରଞ୍ଜିବ ମହାରଣା, ସମୀର ଶର୍ମା, ଅଶୋକ ଦାସ, କ୍ରିଷ୍ଣାରାଣୀ ଦାସ ପ୍ରମୁଖ ଅଂଶଗ୍ରହଣ କରି ଜନସାଧାରଣଙ୍କୁ ତଥା ବ୍ୟବସାୟୀ ବନ୍ଧୁମାନଙକୁ ସଚେତନ କରାଯିବା ସହିତ କାଗଜ ତିଆରି ବ୍ୟାଗ ବଣ୍ଟନ କରାଯାଇଥିଲା । ପ୍ରଚେଷ୍ଟାର ସମ୍ପାଦିକା ଆଇନ୍ଜୀବୀ ସଂଯୁକ୍ତା ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରି·ଳନା କରାଯାଇଥିଲା । ସ୍ଥାନୀୟ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବ୍ୟବସାୟୀ ବନ୍ଧୁ ଓ କଳାକାର ଏବଂ ଜନସାଧାରଣ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।


