ପ୍ରଣାମ ଘେନ
ପ୍ରଣାମ ଘେନ ହେ
ମୋର କଳାଠାକୁର ।। ଘୋଷା ।।
ତୁମ ପରି କିଏ କୁହ ଅଛି ନିଜର
ଯେତେବାର ଡିକିଅଛି ଅନ୍ତରୁ ମୋର
ତୋ କରୁଣା ଝରିଅଛି ଥରକୁ ଥର ।
ଗଜ ଗ୍ରାହ କବଳରେ ପଡି ଡାକିଲା
ତା ଆରତ ତୋ କର୍ଣ୍ଣରେ ଯାଇ ଶୁଭିଲା
ଚକ୍ର ପେସି ନକ୍ର ନାସି କଲ ଉଦ୍ଧାର ।
ଘୋର ବନେ ଅନଳରେ ପଡି ମୃଗୁଣୀ
ତୋ ନାମକୁ ମନେ ମନେ ହେଲା ସେ ଗୁଣି
କୃପାବାରି ବରଷିଲ ହେଲା ଉଦ୍ଧାର ।
କୁରୁସଭାରେ ପାଞ୍ଚାଳୀ ବସ୍ତ୍ର ହରଣ
ଉର୍ଦ୍ଧବାହୁ ତୋଳି ପାଦେ ଗଲା ଶରଣ
ବସ୍ତ୍ର ଦେଇ ଲଜ୍ଜା ହରି ଥିଲ ତାଙ୍କର ।
ପ୍ରହଲ୍ଲାଦ ବିଷ୍ଣୁ ଭକ୍ତି ଦେଖି ହିରଣ୍ୟ
କଷ୍ଟ ଦେଲା ପ୍ରହଲ୍ଲାଦେ ଡେରିଲ କର୍ଣ୍ଣ
ସ୍ତମ୍ଭରୁ ବାହାରି ଦୁଷ୍ଟ ବିନାଶ କର ।
ପଥରେ ପଥର ହେଲା କୁବୁଜା ନାରୀ
ତୋ ପାଦ ପରସେ ହେଲା ଦିବ୍ଯ ସୁନ୍ଦରୀ
ସେ ପାଦେ ଶରଣ ଦିଅ ଥରକୁ ଥର ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ


