ପ୍ରଣାମ ମହାନାୟକକୁନି ଶିଳ୍ପୀ ଆଙ୍କିଲେ ବିଜୁଙ୍କ ବୀରତ୍ୱର ସାଥୀ ‘ଡ଼ାକୋଟା’ ବିମାନ
ଭୁବନେଶ୍ୱର, : ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ କିମ୍ବଦନ୍ତୀ
ନାୟକ । ଏକ ବିରଳ ବ୍ୟକ୍ତିତ୍ୱ । ବିଜୁବାବୁଙ୍କ ବୀରତ୍ୱ ଓ ଅସାଧ୍ୟ କାର୍ଯ୍ୟର ସାଥୀ ଥିଲା ‘ଡ଼ାକୋଟା’ ବିମାନ । ଏହି ବିମାନ ଥିଲା ତାଙ୍କର ଅଭୁଲା ଅଂଶ । ବହୁ ଚର୍ଚ୍ଚିତ ସାହସିକତା ଓ ବୀରତ୍ୱର ଗାଥା ବହନ କରୁଥିବା ଏହି ‘ଡ଼ାକୋଟା’ ବିମାନକୁ ବିଜୁଙ୍କ ଜନ୍ମ ବାର୍ଷିକୀ ଉତ୍ସବ ଅବସରରେ ନିଆରା ଢଙ୍ଗରେ ଭକ୍ତି ୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭୁବନେଶ୍ୱର ପୋଖରୀପୁଟର ଇନ୍ଦ୍ର ସ୍ଥ କଲୋନୀ ଫେଜ୍-୨ରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ର କୁନି ଶିଳ୍ପୀମାନେ । ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତ ଓ ଚିତ୍ରଶାଳାର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ଅନସୂୟା ସାହୁଙ୍କ ତତ୍ତ୍ୱାବଧାନରେ କୁନି ଶିଳ୍ପୀମାନେ ମୁରୁଜରେ ତିଆରି କରିଛନ୍ତି ଏହି ଡ଼ାକୋଟା ବିମାନ । ୧୯୪୭ ମସିହାରେ ଏହି ବିମାନ ଦ୍ୱାରା ବିଜୁବାବୁ ଇଣ୍ଡୋନେସିଆର ତତ୍କାଳୀନ ଉପରାଷ୍ଟ୍ର ତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଅନେକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜ ଜୀବନକୁ ବାଜି ଲଗାଇ ଅନେକ ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିଥିଲେ ଏହି ବିମାନରେ । ଆୟୋଜିତ ଏହି ଚିତ୍ରକଳା କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ସୁଶାନ୍ତ ସାହୁ ଯୋଗଦେଇ ଶିଳ୍ପୀଙ୍କ ଏହି ନିଆରା ପ୍ରୟାସକୁ ପ୍ରଶଂସା କରିବା ସହ ବିଜୁବାବୁଙ୍କ ପ୍ରିୟ ଡ଼ାକୋଟା ବିମାନ ଓଡ଼ିଶାର ଅଗଣିତ ଯୁବକମାନଙ୍କ ପାଇଁ
ପ୍ରେରଣା ଓ ସାହସିକତାର ଉତ୍ସ ବୋଲି କହିଥିଲେ ।