ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧକ୍କା ମାରି ଆହତ କରିବା ଘଟଣାକୁ ଦୃଢ଼ ନିନ୍ଦା କଲେ ବିଧାୟକ ପଦ୍ମଚରଣ ହାଇବୁରୁ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ବିଜେପିର ବରିଷ୍ଠ ନେତା ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସଂସଦରେ ରାହୁଲ ଗାନ୍ଧୀ ଧକ୍କା ମାରି ଆହତ କରିବା ଘଟଣାକୁ ସାରାଦେଶ ନିନ୍ଦା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ଅତ୍ୟନ୍ତ ଲଜ୍ଜାଜନକ। ସଂସଦୀୟ ଗଣତନ୍ତ୍ରରେ ଆଜି ଏକ ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ଦିନ। ଗଣତନ୍ତ୍ରକୁ ସଭିଏଁ ସମ୍ମାନ ଦେବା ଉଚିତ।
କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଏହି ଘଟଣା ନେଇ ନିଜ ପ୍ରତିକ୍ରିୟା ରେ ଏକ ନିନ୍ଦନୀୟ ଘଟଣା ସୂର୍ଯ୍ୟ ଙ୍କ ଭଳି ଉଜ୍ଜଳ ଦେଖାଯାଉଛି ଗଣତନ୍ତ୍ରକୁ ଗଣତନ୍ତ୍ରର ପବିତ୍ର ଗୃହରେ ଗଣତନ୍ତ୍ର କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି ଯେଉଁଥିରେ ଜଣେ ବୋୟୋବୃଦ୍ଧ ବ୍ୟକ୍ତି ଖ୍ୟାତି ସମ୍ପନ୍ନ ବ୍ୟକ୍ତି ମାନ୍ୟବର ଯେଉଁଠି ଲାଗେ ସେଭଳି ପଦବୀର ଅଧିକାରୀ ଥାଇ ସାଧାରଣ ଛୁଆ ଭଳି ବ୍ୟବହାରକରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜ ସମ୍ମାନ ହରେଇ ବସିଛନ୍ତି ପିଲାମାନେ ଯେତେବେଳେ ବିଶ୍ରଙ୍ଖୁଳିତ ହୁଅନ୍ତି ସେତେବେଳେ ଶିକ୍ଷକ ବା ଗୁରୁଜନ ମାନେ ତାଙ୍କୁ ବାଟଦେଖାନ୍ତି ବା ତାଗିଦ କରନ୍ତି ଯେତେବେଳେ ଦେଶକୁ ଚଳାଉଥିବା ବା ଭାରତର ଗୋଟିଏ ରାଜନୈତିକ ଦଳର ମୁଖିଆ ଭାବେ ପରିଗଣିତ ହେଉଥିବା ବ୍ୟକ୍ତିଙ୍କ ନିକଟରେ ମାନବିକତା ନାହିଁ
ତାଙ୍କୁ କଣ କହିବା କିମ୍ବା ତାଙ୍କଠାରୁ ଅଧିକ କଣ ଆଶା କରାଯାଇପାରିବ ଯଦି ସେ ଭବିଷ୍ୟତ ରେ କୌଣସି ପଦବୀ ରେ ଅବସ୍ଥାପିତ ହେବେ ତେବେ ସେ କଣ ନକରିବେ
ଏଘଟଣା ଗଣତନ୍ତ୍ର ଓ କଂଗ୍ରେସ ଦଳ ପାଇଁ କଳା ବାଦଲ ସଦୃଶ
ତୁରନ୍ତ ସେ ଦେଶବାସୀ ଙ୍କ ନିକଟରେ ନିଜ ଏହି କୃତକର୍ମ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବୀ କରିଛନ୍ତି କରଞ୍ଜିଆ ବିଧାୟକ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ