ପ୍ରତାପ ନାୟକଙ୍କୁ ୟୁଥ୍ ଲିଡର୍ ସିପ ଆୱାର୍ଡ ସମ୍ମାନ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମାଟିରପୁଅ , ପ୍ରବାସୀ ଭାରତୀୟ, , ଗ୍ରୀନ ପିସ ଭିଲେଜ଼ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଗଞ୍ଜାମ ବ୍ଳକର ହେଚ. ବୁରୁଡ଼ି ବାସିନ୍ଦା ବିଶିଷ୍ଟ ସମାଜସେବୀ ପ୍ରତାପ କୁମାର ନାୟକଙ୍କୁ ମିଳିଛି “ୟୁଥ ଲିଡରସିପି ଆୱାର୍ଡ ୨୦୨୩ ” ସମ୍ମାନ । ଏହି ସମ୍ମାନ ଅଞ୍ଚଳ ପାଇଁ ପାଇଁ ଗୌରବ ଆଣିଥିବା ବେଳେ ,ବିଭିନ୍ନ ମହଲାରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡ଼ିଆ ନେଟୱର୍କ ପିପିଏଲ ତରଫରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଏମ୍ପାୟର୍ସ ପରିସରରେ ଆୟୋଜିତ ” ସକସେସ ମନ୍ତ୍ର ବିଜନେସ କନକ୍ଲେଭ ୨୦୨୩ ” ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପିପିଏଲ ର ପରିଚାଳନା ନିର୍ଦେଶିକା ଲିପ୍ସାପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅତିଥିରପେ ବିଧାୟକ ସୁରରାଉତରାୟ, ସୁନନ୍ଦା ନନ୍ଦ, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ ସମାଜସେବା ପାଇଁ ପ୍ରତାପଙ୍କୁ “ୟୁଥ୍ ଲିଡର ସିପ ଆୱାର୍ଡ଼ ୨୦୨୩” ସମ୍ମାନୀତ କରିଥିଲେ। ଏହାସହ ଚେସ୍ ଖେଳାଳି ପଦ୍ମିନୀ ରାଉତ, ସିଙ୍ଗର ଦୀପ୍ତିମୟୀ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୨୩ଜଣ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା। ବାପା ମା ଙ୍କ ଆଶିର୍ବାଦ ଓ ନିଜ ସ୍ତ୍ରୀଙ୍କ ସହଯୋଗ ପାଇଁ ସମାଜ ସେବା ପାଇଁ ସମର୍ପିତ ହୋଇପରିଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ