ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହେବା ନେଇ ଜୋର ଧରିଲା ଚର୍ଚ୍ଚା

ସମୟ ଯେତିକି ପାଖେଇ ଆସୁଛି ସାଂସଦ ଙ୍କ ହୃତସ୍ପନ୍ଦନ ସେତକି ବଢୁଛି ମନ୍ତ୍ରୀମଣ୍ଡଳ ରେ ନୂଆ ମୁହଁ ସାମିେଲେ ହେବେ ନା ପୁରୁଣା ମୁହଁ ଉପରେ ଉପରେ ଭରସା ରଖ୍ରୁଛନ୍ତି ମୋଦି । ଏହା ଉପରେ ଆଲୋଚନା ଓ ପର୍ଯ୍ୟଲୋଚନା କରୁଛନ୍ତି ରାଜନୈତିକ ସମୀକ୍ଷକ ମାନେ । କୁହାଯାଉଛି ମୋଦି ଙ୍କ ପ୍ରଥମ ସରକାରରେ ମନ୍ତ୍ରୀ ଥିବା ଅନେକ ସାଂସଦ ଦ୍ୱିତୀୟ ଇନିଂସରେ ମନ୍ତ୍ରୀ ହେବେବୋଲି ଆଶା ରଖିଛନ୍ତି । ସୂଚନା ଅନୁସାରେ ପ୍ରଥମ ଭାଗ ରେ ମନ୍ତ୍ରୀ ଥିବା ନିତିନି ଗଡକରୀ ,ସଦାନନ୍ଦ ଗୈ।ଡଧର୍ମେନ୍ଦ୍ର ପ୍ରଧାନ , ମୁକ୍ତାର ଆବାସ ନକଭି , ଗିରିରାଜ ସିଂ , ବାବୁଲ ସୁପ୍ରିୟୋ , ଶିରୋମଣୀ ଅକାଳୀ ଦଳ ର ନେତ୍ରୀ ହର୍ସମିତ କୌର ବାଦଲ ଙ୍କ ଭଳି ବରିଷ୍ଠ ନେତା ମାନଙ୍କ ଉପରେ ମୋଦି ଆସ୍ଥା ପ୍ରକଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିଭଳି ସାଧାରଣ ନିର୍ବାଚନ ରେ ପଶ୍ଟିମବଙ୍ଗ ରେ ବିଜେପି ଭଳ ପଦର୍ଶନ କରିଥିବାରୁ ଦଳର ସୁପ୍ରିମୋ କିଛି ମନ୍ତ୍ରୀପଦ ପଶ୍ଟିମବଙ୍ଗ ର ସାଂସଦ ମାନଙ୍କୁ ଦେଇପାରନ୍ତି ବୋଲି ଆଶା କରାଯାଉଛି । ସେହିଭଳି ଓଡିଶା ରୁ ୮ ଜଣ ସାଂସଦ ନିର୍ବାଚିତ ହୋଇଥିବାରୁ ଏମାନଙ୍କୁ ପୁରସ୍କାର ମିଳିପାରେ ବୋଲି ଆଶା କରାଯାଉଛି । ଅଧିକ ଚର୍ଚ୍ଚା ରେ ଅଛନ୍ତି ବାଲେଶ୍ୱର ର ସାଂସଦ ପ୍ରତାପ ଷଡଙ୍ଗୀ , ଆଇଏସ ଚାକିରୀ ଛାଡି ଭୁବନେଶ୍ୱର ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅପରାଜିତା ଷଡଙ୍ଗୀ , ଧର୍ମେନ୍ଦ୍ର ପ୍ରଧାନ , ସୁରେଶ ପୂଜାହାରୀ , ଜୁଏଲ ଓରାମ , ଏମାନଙ୍କ ନାଁ କୁ ନେଇ ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ