ଆରମ୍ଭ ହେଲା ବିଶ୍ୱକପ୍ ପାଇଁ ଲଢେଇ
ଆରମ୍ଭ ହୋଇସାରିଛି ବିଶ୍ୱକପ୍ ପାଇଁ ଲଢେଇ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ ଆୟୋଜକ ଇଂଲଣ୍ଡ । ଚଳିତ ବର୍ଷ ବିଶ୍ୱ କପର ୧୨ ତମ ସଂସ୍କରଣ ଆୟୋଜନ କରୁଛି ଇଂଲଣ୍ଡ । ପ୍ରଥମ ମ୍ୟାଚରେ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଛି ଦକ୍ଷିଣ ଆଫ୍ରିକା । ଉଭୟ ଦଳ ମଧ୍ୟରେ କଡା ମୁକାବିଲା ହେବ ବୋଲି କ୍ରିକେଟ ପ୍ରେମୀ ମାନେ ଆଶା ରଖିଛନ୍ତି । ଗୋଟିଏ ପଟେ ଆୟୋଜକ ଇଂଲଣ୍ଡ ଜବରଦସ୍ତ ଫର୍ମରେ ଥିବା ବେଳେ ଘରୋଇ ପରିବେଶ ସହାୟକ ହେବ ବୋଲି ଅନୁମାନ କରାଯାଉଛି । ତେବେ ବିଶ୍ୱ କପରେ ବିଶ୍ୱ ବିଜେତାର ସ୍ୱାଦ ଚାଖି ନଥିବା ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ ଗୁରୁତ୍ୱ ପୂର୍ଣ୍ଣ ଉଭୟ ଦଳ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲ ରେ ଖାତା ଖୋଲିବାକୁ ଚେଷ୍ଟା କରିବେ ।


