ପ୍ରତାପ ସାହୁ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ସାରା ବିଶ୍ୱ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଲାଗି ପଡ଼ିଥିବା ବେଳେ, ଭାରତ, ଓଡ଼ିଶାରେ ମଧ୍ୟ ବହୁ ବ୍ୟକ୍ତି, ବହୁ ସଂଗଠନ, ବହୁ ରାଜନୈତିକ ଦଳ କରୋନାକୁ ହଟାଇବା ପାଇଁ ଲାଗି ପଡ଼ିଛନ୍ତି । ଭୁବନେଶ୍ୱରସ୍ଥ ସ୍ୱସ୍ତିସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ, ବାଣୀବିହାର ତରଫରୁ ଆଜି ନିଜ ଅଞ୍ଚଳ ସଫାସୁତୁରା ରଖିବା ସହ ରାସ୍ତାରେ ଯାଉଥିବା ପଥଚାରୀ, ଉଠାଦୋକାନୀ, ବସ୍ତିବାସିନ୍ଦା ଓ ପ୍ରାତଃଭ୍ରମଣ ଲାଗି ଆସୁଥିବା ବ୍ୟକ୍ତିବିଶେଷମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ଶହୀଦନଗର ଭାରପ୍ରାପ୍ତ ଆରକ୍ଷୀ ଅଧିକାରୀ ବିରିଚିଂ ନାରାୟଣ ପତିଙ୍କ ତତ୍ତ୍ୱାବଧାନରେ ଶହୀଦନଗର ଥାନା ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କୁ ସଚେତନ କରାଇ କନୋରା ମହାମାରୀକୁ ପ୍ରତିହତ କରିଥିବାରୁ ତାଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରିବା ସହ ବି.ଏମ୍‌.ସି. ୱାର୍ଡ ଅଫିସର୍ ଶ୍ରୀକାନ୍ତ ମହାନ୍ତିଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା । ଏତଦ୍‌ବ୍ୟତୀତ ବିଶିଷ୍ଟ ସମାଜସେବୀ ତଥା ଦୀର୍ଘ ଦିନ ହେବା କରେନା ବିରୋଧରେ ଲଢ଼େଇ କରୁଥିବା ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁଙ୍କୁ ଗୋପବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଘର ସଭାପତି ବାଦଲ କୁମାର ଦାସ, ସମ୍ପାଦକ ହେମନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯିବା ସହ ବାବୁଲି ସେଠୀ, ଉପେନ୍ଦ୍ର ସାହୁ, ଶରତ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ