ପ୍ରତିକୃତି ବାଣ୍ଟିବା ଲକ୍ଷରେ ଯୁବତୀ ନମିତା
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ନିଜ ହାତ ତିଆରି ପ୍ରତିକୃତି ତିଆରି କରି ବାଣ୍ଟିବା ଲକ୍ଷରେ ଲାଗିପଡିଛନ୍ତି ଯୁବତୀ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଚକରାପାଢ଼ି ଗାଁ ର ଯୁବତୀ ନମିତା ବେହେରା ନିଜ ହାତ ତିଆରି ପ୍ରତିକୃତି ବାଣ୍ଟି ନିଜ ଚିତ୍ରକଳା ର ପ୍ରଚାର ପ୍ରସାର ପାଇଁ ଲାଗିପଡିଛନ୍ତି। ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୫-ଟି ସଚିବ ଭି କେ ପଣ୍ଡିଆନଙ୍କ ସହିତ ୩୦ଜିଲାର ଜିଲାପାଳ, ଏସ ପି ଓ ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କ ପ୍ରତିକୃତି ତିଆରି କରି ବାଣ୍ଟିବା ଲକ୍ଷରେ ଅଛନ୍ତି। ରାଷ୍ଟ୍ରପତି ବାରିପଦା ଗ୍ରସ୍ତରେ ଆସିଥିବା ବେଳେ ତାଙ୍କ ଫୋଟୋଚିତ୍ର ପ୍ରଦାନ କରିଥିଲେ। ପରେ ୫-ଟି ସଚିବ ଭି କେ ପଣ୍ଡିଆନଙ୍କୁ ତାଙ୍କ ଫଟୋଚିତ୍ର ପ୍ରଦାନ କରିଥିବା ବେଳେ ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଏସପି ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି। ଆଜି ହାଟଡ଼ିହି ରେ ଜିଲ୍ଲାପାଳ ଏସପି ଙ୍କ ଜନଶୁଣାଣୀ ଥିବା ଜାଣି ସେମାନଙ୍କ ପ୍ରତିକୃତି ପ୍ରସ୍ତୁତି କରି ଦେବାପାଇଁ ଆଣିଥିବା ବେଳେ ଜିଲ୍ଲାପାଳ ଓ ଏସ.ପି ଶିବିରକୁ ନ ଆସିବାରୁ ସେ ନିରାଶ ହୋଇ ଫେରିଯିବା ସହିତ କେନ୍ଦୁଝର ଯାଇ ପ୍ରଦାନ କରିବେ ବୋଲି କହିଛନ୍ତି