ମିଳୁନି କୋଭିଡ ସମୟରେ ଯୋଗାଣ ସାମଗ୍ରୀ ପ୍ରାପ୍ୟ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : କୋଭିଡ ସମୟରେ ସମସ୍ତ ପଞ୍ଚାୟତରେ ଖୋଲାଯାଇ ଥିବା କୋଭିଡ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ମାନଙ୍କୁ ବୈଦୁତିକ ଉପକରଣ ଯୋଗାଇବାକୁ ବ୍ଲକ ପକ୍ଷରୁ ଜଗନ୍ନାଥପୁର ବସନ୍ତିଆର ସରସ୍ୱତୀ ସେଲସ କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ସମୟରେ ସରସ୍ୱତୀ ସେଲସ ପକ୍ଷରୁ ଅନେକ ପଞ୍ଚାୟତ କୁ ଇନଭଟର, ଫ୍ୟାନ, ବ୍ୟାଟେରୀ, ତାର, ବଲ ଆଦି ଯୋଗାଇ ଦିଆଯାଇଥିଲା। ପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଏହି ବାବଦ ଟଙ୍କା ପଞ୍ଚାୟତ ପକ୍ଷରୁ ଦେବା ପାଇଁ ନିର୍ଦେଶ ଥିଲା। ଅଧିକାଂଶ ପଞ୍ଚାୟତ ସେମାନଙ୍କ ଧାର୍ଯ୍ୟ ଟଙ୍କା ପଇଠ କରିଦେଇଥିବା ବେଳେ ଆଉ କିଛି ପଞ୍ଚାୟତ ଆଜି ପର୍ଯ୍ୟନ୍ତ ସେମାନଙ୍କ ଟଙ୍କା ଉକ୍ତ ବ୍ୟବସାୟୀ ଙ୍କୁ ଦେଲେ ନାହିଁ। ଫଳରେ ଅଦ୍ୟାବଧି ସରସ୍ୱତୀ ସେଲସ ର ୨୩ଲକ୍ଷ୨୮ହଜାର ୧୫୮ଟଙ୍କା ବକେୟା ରହିଛି। ସରସ୍ୱତୀ ସେଲସ ର ପ୍ରୋପାଇଟର ଏନେଇ ବାରମ୍ବାର ବ୍ଳକ କର୍ତ୍ତୃପକ୍ଷ ଓ କେନ୍ଦୁଝର ଜିଲାପାଳ ଙ୍କୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆ ଯାଉନଥିବା ପ୍ରୋପାଇଟର ଅତସୀରାଣୀ ଜେନା ଅଭିଯୋଗ କରିଛନ୍ତି। ଆଜି ଜିଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିବାପରେ ଅତିରିକ୍ତ ଜିଲ୍ଲାପାଳ ଏହି ଅଭିଯୋଗର ସମାଧାନ କରିବାକୁ ବିଡ଼ିଓଙ୍କୁ ଦାୟିତ୍ୱ ଦେଇଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ