ପ୍ରତିବାଦ ଶେଭାଯାତ୍ରା 

ଜୟପୁର,(ଓ୍ବାଇଏନ୍ଏସ୍):  ଓପିଟିସିଏଲ୍ ( ବିଦ୍ୟୁତ୍ ବିଭାଗ) ରେ କାମ କରୁଥିବା ୨୩୦ ଠିକା ସେକ୍ୟୁରିଟି ଗାର୍ଡ ଙ୍କୁ ସେପ୍ଟେମ୍ବର ଏକ ତାରିଖରୁ ଅଘୋଷିତ ଛଟେଇ ବିରୋଧରେ ଗାର୍ଡ ମାନେ ପୂର୍ବାହ୍ନରେ ଜୟପୁର ମୂଖ୍ୟ ଟ୍ରାଫିକ ଛକ ରୁ ପାରାବେଡା ଟ୍ରାଫିକ ଛକ ପର୍ଯ୍ୟନ୍ତ ଛିଡ଼ା ହୋଇ ଶାନ୍ତି ପୁର୍ଣ୍ଣ ପ୍ରତିବାଦ ଆନ୍ଦୋଳନ ପ୍ରଦର୍ଶନ କରିଥିଲେ। ପ୍ରକାଶ ଥାଉକି ବିଦ୍ୟୁତ୍ ବିଭାଗ ରେ ପ୍ରାୟ ୧୫/୧୭ ବର୍ଷ ଧରି କାମ କରିଆସୁଥିବା ସେକ୍ୟୁରିଟି ଗାର୍ଡ ମାନଙ୍କୁ ବିନା ନୋଟିସ୍ ରେ କାମ ବନ୍ଦ କରିଦେଇଛନ୍ତି ଓଡ଼ିଶା ସରକାରଙ୍କ ଓପିଟିସିଏଲ୍ ବିଭାଗ । ଏହି ଗାର୍ଡ ମାନେ ଗତ ଚାରି ମାସ ର ଦରମା ଏବଂ ପ୍ରାୟ ତିନି ବର୍ଷର ବୋନସ୍ , ଛୁଟି ର ପ୍ରାପ୍ୟ ପାଇନାହାନ୍ତି। ଏମାନଙ୍କ ର ପ୍ରତିମାସରେ ଇ ପି ଏଫ୍ ଏବଂ ଇ ଏସ୍ ଆଇ ର ବାବଦକୁ ଦେୟ କଟୁଛି । ଆଗରୁ ଏହି ଗାର୍ଡ ମାନେ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଡ୍ୟୁଟି କରୁଥିଲେ ଏବଂ ବିଭାଗର ବିଭିନ୍ନ ମରାମତି କାର୍ଯ୍ୟ ରେ ସହାୟତା ମଧ୍ୟ କରୁଥିଲେ। ବର୍ତମାନ ଏମାନଙ୍କୁ ଜଣେ ଜଣେ ଦଶ କିଲୋମିଟର ଦୂର ପର୍ଯ୍ୟନ୍ତ ଡ୍ୟୁଟି କରିବା ପାଇଁ ବାଧ୍ୟ କରୁଛନ୍ତି ଏବଂ କୈ।ଣସି ଯାତାୟତ ପାଇଁ ଖର୍ଚ୍ଚ ମଧ୍ୟ ଦେଉନାହାନ୍ତି। ଏହି ଗାର୍ଡ ମାନେ ବିଦ୍ୟୁତ୍ ତାର ଚୋରି ଓ ବିଭିନ୍ନ ଯନ୍ତ୍ରାଂଶ ର ଜଗାରଖା ସହ ହେଲପର୍ ଭଳି କାମ କରିଆସିଛନ୍ତି। ଗତ ଦିନରେ ଠିକାଦାର ବଦଳାଯାଇଥିଲା ବେଳେ ଏମାନଙ୍କ କାମ ସୁରକ୍ଷିତ ରହିଥିଲା। କୋରୋନା ମହାମାରୀ ସମୟରେ କାମଧନ୍ଦା ମିଳୁନଥିବାରୁ ଲୋକେ ଦାଦନ ଖଟିବାକୁ ଯାଉଥିବା ବେଳେ ଏଠି କାମରେ ନିୟୋଜିତ ଲୋକ ଙ୍କୁ ଛଟେଇ କରିବା ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବିକତାର ପରିଚୟ । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସବୁ ଗାର୍ଡ ମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଓ ସେମାନଙ୍କ ର ବକେୟା ପାଉଣା ଦେବା ପାଇଁ ଏ ଆଇ ଟି ୟୁ ସି ର ଜିଲ୍ଲା ଶ୍ରମିକ ପ୍ରତିନିଧି ପ୍ରମୋଦ କୁମାର ମହାନ୍ତି ଦାବି କରିଛନ୍ତି । ଆସନ୍ତା ୨୧.୦୯.୨୦୨୦ ସୋମବାର ଦିନ ଜିଲ୍ଲା ଶ୍ରମ ଅଧିକାରୀ ମହୋଦୟ ମିଳିତ ବୈଠକ ଡକାଇଛନ୍ତି। ସେଥିରେ ଓପିଟିସିଏଲ୍ ର ପଦାଧିକାରୀ, କଣ୍ଟ୍ରାକ୍ଟର – ଗଞ୍ଜାମ ସେକ୍ୟୁରିଟି ସଂସ୍ଥା ଓ ଶ୍ରମିକ ପ୍ରତିନିଧି ମାନେ ଯୋଗ ଦେବେ । ଶ୍ରମିକ ମାନେ ନ୍ୟାୟ ନପାଇଲେ ଆନ୍ଦୋଳନ ଆହୁରି ବ୍ୟାପକ କରିବା ପାଇଁ ଶ୍ରମିକ ପ୍ରତିନିଧି ମାନେ ଘୋଷଣା କରିଛନ୍ତି। ଆଜି ର ଏହି ଆନ୍ଦୋଳନ କୁ ସର୍ବଶ୍ରୀ ରାମକୃଷ୍ଣ ଦାସ, ସୁଦର୍ଶନ ବିଷୋୟୀ, ନିତ୍ୟାନନ୍ଦ ପାତ୍ର,ମଣ୍ଟୁ ହରିଜନ, ତ୍ରିଲୋଚନ ନାୟକ, ନରସିଂହ ନାୟକ, ତ୍ରିପତି ସଗରିଆ, ତ୍ରିନାଥ ନାୟକ,ଲବ ଗୈ।ଡ଼, ଗୋବିନ୍ଦ ବେହେରା ପ୍ରମୁଖ ନେତୃତ୍ବ ନେଇଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ