ପ୍ରତିଷ୍ଠାତା ସଭାପତିଙ୍କ ପାଇଁ ଶ୍ରଦ୍ଧାଂଜଳି ସଭା
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତସ୍ଥିତ ଚାନ୍ଦପୁର ଠାରେ ଅଲ ଇଣ୍ଡିଆ ଦଳିତ ସମାଜ କଲ୍ୟାଣ ପରିଷଦର ଜଗତସିଂହପୁୟର ଜିଲ୍ଲା ଶାଖା ପକ୍ଷରୁ ସଂଘର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ମନମୋହନ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଭ୍ରମରବର ଗୋଛାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ବୟୋଜ୍ୟେଷ୍ଟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଯୋଗ ଦେଇ ସ୍ୱର୍ଗତ ମନମୋହନ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପଜ୍ୱଳନ କରିଥିଲେ । ଏହି ସଭାରେ ସଂଗଠନର ସାଧାରଣ ସଂପାଦକ ଅଶୋକ କୁମାର ନାୟକ, ରାଜକିଶୋର ମୁଦୁଲି, ଉଦୟ ବାବା, ମଳୟ ଗୋଛାୟତ, ହରିହର ନାୟକ, ଜଗନ୍ନାଥ ମୁଦୁଲି, ଶଙ୍କର ନାୟକ, ପ୍ରକାଶ ଗୋଛାୟତ, ପ୍ରଦୀପ ଗୋଛାୟତ, ସୁର୍ଦଶନ ଗୋଛାୟତ, ହରେକୃଷ୍ଣ ଗୋଛାୟତ, ଯାତ୍ରା ଜଗତର ହାସ୍ୟ ଅଭିନେତା ଦୀପକ ଗୋଛାୟତ, ହାଡିବଂଧୁ ଗୋଛାୟତ, ପ୍ରଫୁଲ ଗୋଛାୟତଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧାଂଜଳ ଦେବା ସହିତ ସ୍ମୃତିଚାରଣ କରିଥିଲେ । ପରେ ମନୋଜ ଗୋଛାୟତଙ୍କୁ ଜଗତସିଂହପୁର ଜିଲ୍ଲା ସଭାପତି ଭାବେ ନିର୍ବାଚିତ କରାଯିବା ସହିତ ବିଷ୍ଣୁଚରଣ ଗୋଛାୟତଙ୍କୁ ସଂଘର ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା ।


