ପ୍ରତ୍ୟକ୍ଷ ଦେବୀ ମା”ହିଙ୍ଗୁଳାଙ୍କ ବାର୍ଷିକ ବଡପୂଜା ଶେଷ ୮ ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ

ବଡ଼ସାହି, (ନିରଞ୍ଜନ ମହାନ୍ତ): ଉତ୍ତର ଓଡ଼ିଶାର ପ୍ରତ୍ୟକ୍ଷ ଅଗ୍ନି ଦେବୀ ମା”ହିଙ୍ଗୁଳା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସୁହାଗପୁର ପଞ୍ଚାୟତର କଉଡ଼ିଖଣି ଶାଳ ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷ ହେଲାଣି ପୂଜା ପାଇ ଆସୁଛନ୍ତି।ଉକ୍ତ ସ୍ଥାନରେ ମନ୍ଦିର ମଧ୍ୟରେ ମା”ଙ୍କୁ ପ୍ରତିଷ୍ଠିତ କରାଯାଇଥିବା ବେଳେ ପ୍ରଚଳିତ ପ୍ରଥାନୁଯାୟୀ ଅଗ୍ନି ପୂର୍ଣ୍ଣିମା ପରେ ପ୍ରଥମ ମଙ୍ଗଳବାର କିମ୍ବା ଶନିବାର ଦିନ ମା”ଙ୍କର ବାର୍ଷିକ ବଡ଼ ପୂଜା ଅନୁଷ୍ଠିତ ହୋଇଆସୁଛି। ସେହି ରୀତି ଅନୁସାରେ ଚଳିତ ବର୍ଷ ଆଜି ଶନିବାର ପଡ଼ିଥିବାରୁ ଆଜି ହିଁ ବଡ଼ ପୂଜା ଅନୁଷ୍ଠିତ ହୋଇ ଯାଇଛି। କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମା”ଙ୍କର ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ପ୍ରାତଃ ସ୍ନାନ,ବିଭିନ୍ନ ବେଶ,ହୋମଯଜ୍ଞ କାର୍ଯ୍ୟ ଦିନ ତମାମ ବ୍ରାହ୍ମଣ ମାନଙ୍କ ଦ୍ଵାରା ଚାଲୁରହିଥିଲା।ବଡପୂଜା ଦିନ ଅଧିକ ଭିଡ଼କୁ ଆଖି ଆଗରେ ରଖି ଚଳିତ ବର୍ଷ ଗତ ୧୨ ତାରିଖରୁ ମେଳା ଆରମ୍ଭ ହୋଇ ଆଜି ଶେଷ ହୋଇଛି।ପ୍ରତ୍ୟହ ମେଳାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା।ପ୍ରାତଃ ୫ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଯିବା ଆସିବା ଲାଗି ରହିଥିବାରୁ ଏକ କାଳୀନ ଭିଡ଼କୁ ପୁଲିସ ପକ୍ଷରୁ ନିୟନ୍ତ୍ରଣ କରାଯାଇଥିଲାଭକ୍ତ ମାନଙ୍କର ବିଶ୍ୱାସକୁ ନେଇ ଅଗ୍ନି ଦେବତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ପୂର୍ବରୁ ନିର୍ମିତ ଅଗ୍ନି କୁଣ୍ଡରେ ଦିନସାରା ସମର୍ପିତ ହେଉଥିବା ଘରର ନଡ଼ା, ବାଉଁଶ, କଦଳୀ,ନଡ଼ିଆ, ଧୂପ,ଦୀପ,ବଳିତା,ଘିଅ ଆଦିକୁ ଅପରାହ୍ନ ୪ ଟା ୨୫ ରେ ଅଗ୍ନି ସଂଯୋଗ କରାଯାଇଥିଲା।ପାଗ ଅନୁକୂଳ ଥିବାରୁ ବଡ଼ସାହି ବ୍ଲକ୍ ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନଙ୍କର ଆଗମନ ଦେଖିବାକୁ ମିଳିଥିଲା।ଉକ୍ତ ମେଳାରେ ହଜାର ହଜାର ଉଠା ଦୋକାନୀଙ୍କ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବାର ଆକଳନ କରାଯାଇଛି।ମେଳାକୁ ଆସୁଥିବା ଭକ୍ତଙ୍କ ସୁବିଧା ନିମନ୍ତେ ୫ କିମି ବ୍ୟାପୀ ମେଳା ପଗିଆର ଚାରି ପାର୍ଶ୍ବରେ ଯାନବାହାନ ରଖିବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ମେଳାରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ,ବଡ଼ସାହି ସ୍ବାସ୍ଥ୍ୟ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନ ଷ୍ଟଲ ଖୋଲିଥିବାର ଦେଖାଯାଇଥିଲା।ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ୫ ପ୍ଲାଟୁନ ଫୋର୍ସ,୬ ଇନ୍ସପେକ୍ଟର,୧୦ ସବ ଇନ୍ସପେକ୍ଟର ସହିତ ୨ ଜଣ ଉପରିସ୍ଥ ଅଧିକାରୀ ନିୟୋଜିତ ହୋଇଥିଲେ।ବ୍ଲକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ ସହିତ ସମସ୍ତ ବିଭାଗ ନିଜନିଜର ଦାୟିତ୍ୱ ବେଶ ସମ୍ପାଦନ କରିବାର ଦେଖାଯାଇଥିଲା।ମା”ଙ୍କୁ ଅତି ନିକଟରୁ ଦର୍ଶନ କରିବା ନିମନ୍ତେ ପାରମାଣିକ ଦର୍ଶନର ବ୍ୟବସ୍ଥା କରାଯାଇଥିଲା।ସମାନ୍ତରାଳ ଭାବେ ନିକଟସ୍ଥ ଛେଳିଆ(କ)ଗ୍ରାମରେ ଆୟୋଜିତ ଅନ୍ୟ ଏକ ହିଙ୍ଗୁଳା ମେଳାରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା। ସମସ୍ତ ଭକ୍ତଙ୍କ ସମେତ ଜନସାଧାରଣ,ପ୍ରଶାସନ,ଟ୍ରଷ୍ଟ ର ସଦସ୍ୟ,ସ୍ବେଛାସେବୀ ଗଣ ମା”ହିଙ୍ଗୁଳା ମେଳାରେ ସଫଳତା ଆଣି ପାରିଥିବାରୁ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କୁ ସାଧୁବାଦ୍ ଜଣାଇ ଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ