ପ୍ରଥମରୁ ଦଶମ ପାସ ଫେଲ ଲାଗୁ କରାଯାଉ :ମାନବ ଅଧିକାର ସୁରକ୍ଷା ମଞ୍ଚ

ବ୍ରହ୍ମପୁର,(ଅନିଲ କୁମାର): ନୂତନ ଶିକ୍ଷା ନୀତି ଅନୁଯାୟୀ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ ଫେଲ ବ୍ୟବସ୍ଥା ଲାଗୁ କରିବା ନିଷ୍ପତ୍ତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ସମର୍ଥନ କରିବା ସହ ଏହି ବ୍ୟବସ୍ଥା ସମସ୍ତ ଶ୍ରେଣୀ ଅର୍ଥାତ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ କରିବାକୁ ମଞ୍ଚ ଦାବୀ କରିଛି l ଶିଖିବା, ଜାଣିବା, ବୁଝିବାରେ ପିଲାଙ୍କ ଆଗ୍ରହ ବୃଦ୍ଧି ଲାଗି ଓ ପିଲାଙ୍କ ଶିକ୍ଷାର ମାନ ବିକାଶ ପାଇଁ ଏହା ନିହାତି ଆବଶ୍ୟକ l ପରୀକ୍ଷାରେ କୃତକାର୍ଯ୍ୟ ନ ହୋଇଥିବା ଛାତ୍ରୀ ଛାତ୍ରଙ୍କୁ ଦୁଇ ମାସ ପରେ ପୁଣି ପରୀକ୍ଷା ଦେବା ପାଇଁ ପଞ୍ଚମ ଅଷ୍ଟମ ଶ୍ରେଣୀ ଭଳି ସୁଯୋଗ ଦେବାକୁ ମଧ୍ୟ ଦାବୀ ହୋଇଛି l ଏତଦସହ ସରକାରୀ କର୍ମଚାରୀଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟତାମୂଳକ ନିୟମ ଲାଗୁ କରିବା, ସରକାରୀ ସ୍କୁଲରେ ଦୈନିକ ପାଠ୍ୟକ୍ରମରେ ଟାଇମଟେବୁଲ ଅନୁଯାୟୀ ସମସ୍ତ ବିଷୟ ପଢ଼ାଯାଉଛି ନା ନାହିଁ ନିୟମିତ ଭାବେ ତାହା ତଦାରଖ କରିବା,ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସମସ୍ୟାର ଅନୁଧ୍ୟାନ ନିମନ୍ତେ ଅନ୍ତତଃ ପକ୍ଷେ ଯେକୌଣସି ଗୋଟିଏ ସ୍କୁଲକୁ ଦୈନିକ ଭ୍ରମଣ ଓ ଶିକ୍ଷା ସଚିବଙ୍କ ନିକଟରେ ରିପୋର୍ଟ ପ୍ରଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କ ପାଇଁ ନିୟମ ଲାଗୁ କରିବା,ଗୁଣାତ୍ମକ ଶିକ୍ଷାରେ ଅଭିବୃଦ୍ଧି ସହ ସ୍କୁଲରେ ଉତ୍ତମ ପରିବେଶ,ପାନୀୟ ଜଳର ବ୍ୟବସ୍ଥା,ପରିଷ୍କାର ପରିଚ୍ଛନ୍ନତା, ପାଇଖାନା ଓ ଶ୍ରେଣୀ ଗୃହ ଗୁଡିକର ନିୟମିତ ଭାବେ ମରାମତି କରିବାକୁ ମଞ୍ଚ ଆବାହକ ତଥା ଆଇନଜୀବୀ ଅବନୀ ଗୟା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ