ପ୍ରଥମ ଏକଦିବସୀୟ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ

ହାମିଲଟନ- ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ସେଡନ ପାର୍କଠାରେ ଚାଲିଥିବା ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରିଛି । ବ୍ୟାଟ୍ସମ୍ୟାନ ରସ ଟେଲରଙ୍କ ଲଢୁଆ ଶତକ ବଳରେ ନ୍ୟୁଜିଲାଣ୍ଡ ଏହି ବିଜୟ ହାସଲ କରିବା ସହ ସିରିଜରେ ୧-୦ରେ ଅଗୁଆ ରହିଛି । ଭାରତ ପକ୍ଷରୁ ଧ।ର୍ଯ୍ୟ କରାଯାଇଥିବା ବିଶାଳ ୩୪୮ ରନ ଲକ୍ଷ୍ୟର ପିଛା କରୁଥିବା ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗପ୍ଟିଲ ଓ ହେନେରୀ ନିକୋଲସ ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ନିକୋଲସ ୭୮ ଓ ଗପ୍ଟିଲ ୩୨ରନ କରିଥିଲେ । ଟମ ଲିଥାମ ୬୯ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୨ଟି, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ । ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୪୭ ରନ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ