ପ୍ରଥମ ଥର ପାଇଁ ହର୍‌ର ଚଳଚ୍ଚିତ୍ରରେ ଦୀପିକା

ବଲିଉଡ୍ ବିୟୁଟି ଦୀପିକା ପାଦୁକୋନଙ୍କୁ ଶେଷଥର ପାଇଁ ବ୍ଲକବଷ୍ଟର ଫିଲ୍ମ “ପଦ୍ମାବତ’ରେ ଦେଥିବାକୁ ମିଳିଥିଲା । ଏହାପରଠୁ ଦୀପିକା ଫିଲ୍ମ ପରଦାଠୁ ଦୂରେଇ ଅଛନ୍ତି । ଦୀପିକା ଅନେକ ହିଟ୍ ଫିଲ୍ମ ବଲିଉଡକୁ ଦେଇଛନ୍ତି । ସବୁ ଫିଲ୍ମରେ ତାଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଘୋଷଣା ହେଇଥିବା ଫିଲ୍ମ “ଛପାକ’ରେ ମଧ୍ୟ ସେ ଏକ ଭିନ୍ନ ଭୂମିକାରେ ନଜର ଆସିବେ । ଏହାପରେ ଆଉ ଏକ ଫିଲ୍ମ “ମହାଭାରତ’ର ଘାଷଣା ହୋଇଥିଲା ଯେଉଁଥିରେ ସେ ଦ୍ରୌପଦୀଙ୍କ ଭୂମିକାରେ ନଜର ଆସିବେ । ଆଉ ଏବେ ପୁଣି ଖବର ଆସିଛି ଯେ ଦୀପିକା ପ୍ରଥମଥର ପାଇଁ ଏକ ହରର୍ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଯେଉଁଥିରେ ସେ ଏକ ଭୂତୁଣୀ ଭୂମିକାରେ ନଜର ଆସିବେ ।
ସୂଚନା ଅନୁଯାୟୀ ଖୁବଶୀଘ୍ର ତେଲୁଗୁ ହରର୍ ଫିଲ୍ମ “ଅରୁନ୍ଧତୀ’ର ରିମେକରେ ତିଆରି ହେବାକୁ ଯାଉଛି । ଏହାର ହିନ୍ଦୀ ରିମେକ୍ ରାଇଟ୍ସ ମଧ୍ କିଣାସରିଲାଣି । ୨୦୦୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ଲିଡ୍ ରୋଲରେ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ଅଭିନୟ କରିଥିଲେ । ତେବେ ଏହାର ହିନ୍ଦୀ ରିମେକରେ ଦୀପିକା ପାଦୁକୋନ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମଟି ଜଣେ ଝିଅର କାହାଣୀ ଯିଏ କି ପ୍ରଥମଥର ପାଇଁ ନିଜ ଜନ୍ମ ସ୍ଥାନକୁ ଯାଉଛନ୍ତି । ଆଉ ଏଠି ଆସି ସେ ତନ୍ତ୍ରମନ୍ତ୍ର ଦୁନିଆରେ ପାଦ ରଖିଦେଉଛନ୍ତି । ଏହି ଫିଲ୍ମରେ ଆପଣଙ୍କୁ ଜବରଦସ୍ତ ଥ୍ରୀଲର୍ ଓ ମିଷ୍ଟ୍ରି ଦେଖିବାକୁ ମିଳିବ । ଏହି ଫିଲ୍ମର ବଙ୍ଗଳା ଭାଷାରେ ମଧ୍ୟ ରିମେକ୍ କରାଯାଇଛି । ଏହାକୁ ଜବରଦସ୍ତ ରେସପନ୍ସ ମିଳିଛି । ତେଣୁ ଦୀପିକାଙ୍କର ଏହି ରିମେକକୁ ମଧ୍ୟ ଦର୍ଶକ ସେତେକି ପସନ୍ଦ କରିବେ ବାଲି ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ