ପ୍ରଥମ ରୋବୋ ପୋଲ୍ ଡ୍ୟାନ୍ସର
ରୋବୋ ପଢ଼ାଉଛି । ରୋବୋ ରିଶେପ୍ସ୍ନିଷ୍ଟ ଭାବେ କାମ କରୁଛି । ମହାକାଶକୁ ବି ଏଇ ନିକଟରେ ଯାଇଛି । ଏବେ ନୂଆ କରି ଫ୍ରାନ୍ସର ଷ୍ଟ୍ରିପ୍ କ୍ଲବ୍ କେଫ୍ରେ ପୋଲ୍ ଡ୍ୟାନ୍ସ କରିବ ରୋବୋ । ଏହା ବିଶ୍ୱର ପ୍ରଥମ ରୋବୋ ପୋଲ୍ ଡ୍ୟାନ୍ସର । ଏହି ଡ୍ୟାନ୍ସରକୁ ଏବେ କ୍ଲବ୍କୁ ଅଣାଗଲାଣି । ରୋବୋ ହିଲ୍ ପିନ୍ଧଛି । ଏହାର ଶରୀରରେ କ୍ୟାମେରା ବି ଲଗାଯାଇଛି ଯାହା ମାଧ୍ୟମରେ ସେ ଲୋକମାନଙ୍କର ହାଭଭାବ ଜାଣିପାରିବ । କ୍ଲବ ପାଞ୍ଚ ବର୍ଷପୂର୍ତ୍ତି ପାଳନ ଅବସରରେ ଏହି ଡ୍ୟାନ୍ସ ପ୍ରଦର୍ଶନ କରିବା ଲାଗି ରୋବୋକୁ ଅଣାଯାଇଛିି । ଏହାକୁ ଇଂଲଣ୍ଡର ଆର୍କିଟେକ୍ଟ ଗିଲ ୍ସୱାକର ତିଆରି କରିଛନ୍ତି । ସେ ରୋବୋର ଧାତବ ବଡି ଉପରେ ପ୍ଲାଷ୍ଟିକ କଭର ଦେଇଛନ୍ତି । ଏହାଦ୍ୱାରା ରୋବୋ ପୂରା ମଣିଷ ଭଳି ଦେଖାଯାଉଛି । ଏହା କେଫ୍ରେ ଅନ୍ୟ କୌଣସି ଡ୍ୟାନ୍ସରଙ୍କ ବଦଳରେ ଡ୍ୟାନ୍ସ କରିବନି, ବରଂ ସେମାନଙ୍କ ସହ ମିଶି ଡ୍ୟାନ୍ସ କରିବ । କ୍ଲବ୍ରେ ଡ୍ୟାନ୍ସ କରୁଥିବା ଡ୍ୟାନ୍ସର୍ଙ୍କ ଜାଗା ଏହି ରୋବୋ କେବେ ବି ନେଇପାରିବନି ଓ କେବଳ ନୂଆ ଟେକ୍ନୋଲୋଜିକୁ ସାମନାକୁ ଆଣିବା ହିଁ ଏହାର ଲକ୍ଷ୍ୟ ବୋଲି କହିଛନ୍ତି କ୍ଲବର ମାଲିକ । ଏହାକୁ ଏଭଳି ଡିଜାଇନ୍ କରାଯାଇଛି ଯେ, ତାହା ଦର୍ଶକଙ୍କ ମନୋଭାବ ଜାଣି ପ୍ରତିକ୍ରିୟା ପ୍ରକାଶ କରିପାରିବ ।


