ପ୍ରଥମ ସେମି ଫାଇନାଲରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଫକିରାବାଦ୍‌ର ଆଜାଦ କ୍ଲବ ଆନୁକୂଲ୍ୟରେ ଆଜି ଅପରାହ୍ନରେ କେନ୍ଦ୍ରାପଡା ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଜାଦ୍ କ୍ଲବର ସଭାପତି ହିବଜୁର ରହେମାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ ଓ ସମ୍ମାନୀତ ଅତିଥି ଭାବରେ ପୋଲିସ ରିଜର୍ଭ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ, ଆଜାଦ୍ କ୍ଲବର ପୂର୍ବତନ ଖେଳାଳୀ ତାହିର ଖାଁ, ଭାବଗ୍ରାହୀ ସିଂହ, କାଶିମ ଖାଁ, ସେକ ଜୁହୁରୁଦ୍ଦିନ, ସେକ ସାହାବୁଲ୍ଲା, ସୟଦ ଅବଦୁଲ ସତ୍ତାର ଓ ସୟଦ ଅକମଲ ଅଲି ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚକୁ ଉଦଘାଟନ କରିଥିଲେ । ଏହି ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ପ୍ରଥମ ସେମି ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଚାନ୍ଦ କ୍ଲବ ବରଗଡର ୟୁନାଇଟେଡ ସ୍ପୋର୍ଟସ କ୍ଲବକୁ ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । କାଲିର ଚତୁର୍ଥ କ୍ୱାଟର ଫାଇନାଲ ମ୍ୟାଚରେ ସ୍ପୋର୍ଟସ ହଷ୍ଟେଲ୍ କଟକ ଓ ଝାଡଖଣ୍ଡର ସ୍ପୋଟିଙ୍ଗ କ୍ଲବକୁ ୧-୦ଗୋଲରେ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ଏହି କାର୍ଯ୍ୟକ୍ରମକୁ ଉପସଭାପତି ମୀର ବକାଉଲ୍ଲା, ସଂପାଦକ ସେକ୍ ଲିଆକତ ଅଲ୍ଲୀ(ନସରୁ), ସୟଦ ଅବଦୁଲ ସତ୍ତାର, ମହମ୍ମଦ ଆମୀର, ସହ ସମ୍ପାଦକ ମିର ଖୁବେର, ସେକ୍ ସଫାତୁଲ୍ଲା, ଅକିଲ ଅହେମଦ୍‌, କୋଷାଧ୍ୟକ୍ଷ ସେକ ଅମିର ଅହେମଦ୍‌, ଉପଦେଷ୍ଟା ସୟେଦ ଅହେସାନ ଅଲ୍ଲୀ, ସେକ ସିରହାନ ଅଲ୍ଲୀ, କଲିମ ଖାନ, ଆୟାଜ ମହମ୍ମଦ୍‌, ଅବଦୁଲ ମାଲିକ, ଓସିଉଲା ଖାଁ, ଭାବଗ୍ରାହୀ ସିଂହ, ସେକ ଅହେମଦ୍‌, ମିର ୟାସିର, ସେକ ଅଖତର, ମହମ୍ମଦ ଜାକିର, ମିର ମନଜର ଅଲି, ମିର ଅବୁସମା, ବାସା ଖାଁ, ଟିକା ଖାଁ, ମିର ଫାରୁକ, ଜାହିଦ ଖାଁ, ମହମ୍ମଦ ଅଜହର ଅଲି, ସେକ ତନଜା, ନୁରୁଲ ହକ୍‌, ତାଜୁଦିନ ଖାଁ, ପ୍ରଦିପ କୁମାର ବେହେରା, ମିର ଆରିଫ୍‌, ଯୁବ ଗୋଷ୍ଠିର କାର୍ଯ୍ୟକର୍ତ୍ତା ଅବଦୁଲ ମଜିଦ୍‌, ନଫିସ ଅହେମଦ୍‌, ସେକ ସକାବତ୍‌, ଅଜହର ଉଦିନ ଖାଁ, ସେକ ସଗିର, ନୁର ଖାଁ, ବାବା ଖାଁ, ପରୱେଜ ଅଖତର, ଫୁରକାନ୍ ଖାଁ, ମହମ୍ମଦ ନାଜିର, ସେକ ଚାନ୍ଦ, ବାସୁ ଖାଁ, ସେକ ଫରହାନ ଅଲି, ଖାଜା ରମଜାନ୍‌ି, ସେକ ଅବୁଜଲାଲ୍‌, ସାଜେଦୁର ରହେମାନ୍‌, ସେକ ଆବାସ, ହପିଜୁର ରହେମାନ, ରାକେଶ ମହାପାତ୍ର, ଅଦିବ ଖାଁ, ଆସିଫ ଖାଁ, ମିର ଆରିଫ୍‌, ସେକ ମହେବୁବ୍‌, ନଇମ ଖାଁ, ରାଜୁ ଖାଁ, ସେକ ଅଦିଲ, ଇକବାଲ, ସେକ ମୁସ୍ତାକ, ମିର ଇଦ୍ରିସ, ସେକ କାମିଲ, ମତଲୁବ, ରବୀନ୍ଦ୍ର ବେହେରା, ନୁରାନି ଖାଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍ ସ୍ପୋର୍ଟସ ହଷ୍ଟେଲ୍ କଟକ ଓ କେନ୍ଦ୍ରାପଡାର ସୁରଜ କ୍ଲବ ମଧ୍ୟରେ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ