ପ୍ରଦୀପ୍ତ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ଗଜପତି ର ଅଡବାକୁ ହରାଇ ବ୍ରହ୍ମପୁର ପାୱାର ସିକ୍ସ ବିଜୟୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ମଙ୍ଗଳବାର ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ଆୟୋଜିତ ପୂର୍ବତନ ଏନ୍ଏସି ଉପାଧ୍ୟକ୍ଷ ସ୍ବର୍ଗତ ପ୍ରଦୀପ୍ତ ପଟ୍ଟନାୟକ (ବାବୁଲି) ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସେହିପରି ସ୍ବର୍ଗତ ପ୍ରଦୀପ୍ତଙ୍କ ସହଧର୍ମିଣୀ ଶିବଲକ୍ଷ୍ମୀ ପଟ୍ଟନାୟକ , ଭଉଣୀ ମିରା ପଟ୍ଟନାୟକ , ବିଜୟଲକ୍ଷ୍ମୀ ପାଣିଗ୍ରାହୀ , ପୁଅ ରାଜା ପଟ୍ଟନାୟକ , ପୂର୍ବତନ ନଗରପାଳ ଭି . ରବି ନାରାୟଣ ରାଜୁ , ପୂର୍ବତନ ସାଂସଦ ପ୍ରତିନିଧି ନିରୁପମା ପଟ୍ଟନାୟକ , କାଉନସିଲର ନୀଳମାଧବ ଗୈାଡ , ନୀଳକଣ୍ଠ ପଟ୍ଟନାୟକ , ନଗର ବିଜେଡି ସଭାନେତ୍ରୀ ଅନୀତା ବେହେରା , ନଗର ବିଜେଡ଼ି ସଭାପତି ତାରାପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପ୍ରଦୀପ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉଦଘାଟନୀ ମ୍ୟାଚରେ ଗଜପତି ଜିଲ୍ଲାର ଅଡବା ଏବଂ ବ୍ରହ୍ମପୁରର ପାୱାର ସିକ୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୨-୧ ସେଟ୍ ରେ ପାୱାର ସିକ୍ସ ଟିମ୍ ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚ କୁ ଉନ୍ନୀତ ହୋଇଛି। କ୍ଳବ୍ ସଭାପତି ଶିବଶଙ୍କର ମହାଙ୍କୁଡ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , କୋଷାଧ୍ୟକ୍ଷ ଦୀପକ କୁମାର ମିଶ୍ର ,ଅର୍ଦ୍ଦୁ.ଗୋବିନ୍ଦ, ବିକାଶ ପଶୁପାଳକ , ଏ . ସାକିଲି , ବାରିକ ବେହେରା , ଲୋକନାଥ ପାଣିଗ୍ରାହୀ , କୁରେଶୁ ମହାରଣା , କେ. କୁନା ପ୍ରମୁଖ ଙ୍କ ନେତୃତ୍ୱରେ ଆୟୋଜିତ ଉଦଘାଟନୀ ମ୍ୟାଚ ରେ ଗୋବିନ୍ଦ ନାୟକ ରେଫେରିି ଥିବା ବେଳେ ବାବୁଲା ମହାରଣା , ସୁଶାନ୍ତ କୁମାର ପଣ୍ଡା ଲାଇନମ୍ୟାନ ଦାୟିତ୍ଵ ତୁଲାଇଥିଲେ। । ଖେମୁଣ୍ଡି ସ୍ପୋର୍ଟିଙ୍ଗ କ୍ଳବ ସଦସ୍ୟ ବୃନ୍ଦ ମ୍ୟାଚ ପରିଚାଳନା ରେ ସହଯୋଗ କରିଥିଲେ ।
[01/01, 20:06] Any Time 💌 Every Wher 🏃🏽♂️: ଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନ ସ୍ଥଳୀରେ ଭିଡ଼
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ପବିତ୍ର ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା। କନ୍ଧମାଳ ଜିଲ୍ଲାର ବିଭିନ୍ନ ଆରାଧ୍ୟା ଦେବୀ ମା’ ପାଟଖଣ୍ଡା, ବରାଳ ଦେବୀ, ବଲସ କୁମ୍ପା, ଡୁଙ୍ଗୀ ପୀଠ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର, ଧବଳେଶ୍ୱର ମନ୍ଦିର ଭଳି ବିଭିନ୍ନ ଦେବା ଦେବୀ ପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଏତଦ ବ୍ୟତୀତ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି, ଲୁଦୁ ଜଳ ପ୍ରପାତ, ସହିତ ନିକଟସ୍ଥ ପାର୍କରେ ବର୍ଷର ପ୍ରଥମ ଦିନଟି ପରିବାର, ସାଙ୍ଗସାଥିଙ୍କ ସହ ଖୁସି ମନେଇବାକୁ ବହୁ ଦୂର ଦୂରାନ୍ତରୁ ଲୋକେ ଆସି ବୁଲୁଥିବା ପରିଲକ୍ଷିତ ହୋଇଛି। ଆଜି କାର୍ଯ୍ୟ ଦିବସ ହେଇଥିଲେ ମଧ୍ୟ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଉପସ୍ଥାନ କମ୍ ରହିଛି। ଆଜି ଇଂରାଜୀ ନୂଆ ବର୍ଷର ପ୍ରଥମ ଦିନ ହିଁ ବୁଧବାର ହୋଇଥିବାରୁ ଆମିଷ ପ୍ରିୟ ଜନସାଧାରଣଙ୍କ ପାଇଁ ବହୁତ ଖୁସିର ଦିନ ହୋଇଥିଲା l ସକାଳୁ ସକାଳୁ ଦେଶୀ ମଟନ, ଚିକେନ, ମାଛ, ଅଣ୍ଡା ଓ ଶୁଖୁଆ ଦୋକାନରେ ଏବଂ ନିରାମିଷ ଜନସାଧାରଣ ଙ୍କ ପାଇଁ ଛତୁ ପନିର ଦୋକାନରେ ମଧ୍ୟ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା l ଏତଦ ବ୍ୟତୀତ ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ଭଳି ବିଭିନ୍ନ ସ୍ଥାନରେ ଏକତ୍ରିତ ଭୋଜି ଭାତର ଆସର ଜମି ଥିବା ଦେଖିବାକୁ ମିଳିଥିଲା l