ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉପଲବ୍ଧ କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନାଗରିକମାନଙ୍କ ଅସୁବିଧା ଦୂର କରିବା ତଥା ସେମାନଙ୍କୁ ଶୋଷଣରୁ ରକ୍ଷା କରିବା ଲାଗି ‘ବାହାନ’ ଡାଟାବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସମେତ ଗାଡ଼ିର ସମସ୍ତ ସୂଚନା ଉପଲବ୍ଧ କରାଇବାର ଆବଶ୍ୟକତାକୁ ପୁଣିଥରେ ଦୋହରାଇଛି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ । ନାଗରିକଙ୍କ ସୁବିଧା ପାଇଁ ସମସ୍ତ ତଥ୍ୟ ଏମ-ପରିବହନ ଏବଂ ଇ-ଚାଲାଣ ପ୍ଲାଟଫର୍ମରେ ଉପଲବ୍ଧ ହେବା ଆବଶ୍ୟକ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ବର୍ତମାନ ଦେଶରେ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ର କେତେକ ବ୍ୟବସ୍ଥା ଲାଗୁ ହୋଇଛି । ପ୍ରଦୂଷଣ ମାନକର ଉଲ୍ଲଙ୍ଘନ ପାଇଁ ସଂଶୋଧିତ ଜୋରିମାନା ମଧ୍ୟ ଆଦାୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ଭିତିରେ ଉପରୋକ୍ତ ପଦକ୍ଷେପ ନେବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ଆଇନ, ୧୯୮୯ର ନିୟମ ୧୧୫ରେ ସଂଶୋଧନ ପାଇଁ ୦୬.୦୬.୨୦୧୮ରେ ଏକ ବିଜ୍ଞପ୍ତି- ଜିଏସଆର ୫୨୭ (ଇ) ଜାରି କରାଯାଇଥିଲା । ବାହାନ ଡାଟା ବେସରେ ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ସଂଯୋଗ କରିବା ଲାଗି ଏଥିରେ କୁହାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ