ବେଦାନ୍ତ ପକ୍ଷରୁ ତୀରନ୍ଦାଜ ପ୍ରତିଯୋଗିତା
ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ ୟୁନିଟ ଏବଂ କଳାହାଣ୍ଡି ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ କଳାହାଣ୍ଡି- ଲାଙ୍ଗୀରକୋରାପୁଟ ଆନ୍ତଜିଲ୍ଲା ତୀରନ୍ଦାଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ପ୍ରତିଯୋଗୀତା ରେ ମାଲକାନଗିରି, ରାୟଗଡା, ବଲାଙ୍ଗୀର ଏବଂ କଳାହାଣ୍ଡି ଇତ୍ୟାଦି ଜିଲ୍ଲା ମାନଙ୍କରୁ ୪୪ ଜଣ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ ଏବଂ ଯେଉଁଥିରେ ଜୁନିୟର ଲେଭଲ୍ ଙ୍କ ପାଇଁ ୩୦ ମିଟର ଓ ୪୦ ମିଟର ଏବଂ ସବ୍ ଜୁନିୟର ଲେଭଲ୍ ଙ୍କ ପାଇଁ ୨୦ ମିଟର ଓ ୩୦ ମିଟର ଧାର୍ଯ୍ୟ କରାଯାଇଥିଲା । କଳାହାଣ୍ଡି ତଥା ଏହାର ଆଖପାଖ ଅଂଚଳରେ ତୀରନ୍ଦାଜ କ୍ରୀଡାକୁ ପ୍ରସାରିତ କରିବା ଉଦ୍ଦେଶ୍ୟରେ ଝିଅ ମାନଙ୍କ ପାଇଁ ଏକ ମ୍ୟାଚ୍ର ଆୟୋଜନ ମଧ୍ୟ କରାଯାଇଥିଲା । ଏହି ଅବସରରେ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ ୟୁନିଟର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାକେଶ ମୋହନ କହିଛନ୍ତି ଯେ, ଏହି ପ୍ରକାର ପ୍ରତିଯୋଗୀତା ଆୟୋଜନ ଦ୍ୱାରା ଅଂଚଳରେ ଥିବା ଯୁବ ପ୍ରତିଭା ମାନଙ୍କୁ ଆଗକୁ ବଢିବାକୁ ଉତ୍ସାହିତ କରିବ । ୨୦ ମିଟର ସବ୍-ଜୁନିୟର ଲେଭଲ ର ବିଜେତା ମାନେ ହେଲେ- ମିଥୁନ ନାଏକ, କଳାହାଣ୍ଡି, ନକୁଳ ବଡନାୟକ, ମାଲକାନଗିରି ଓ ରାଜୁ ନାୟକ, ମାଲକାନଗିରି ଏବଂ ୩୦ ମିଟର ସବ୍ଜୁନିୟର ଲେଭଲ ର ବିଜେତା ମାନେ ହେଲେ-ରତ୍ନ ମାଝୀ, କଳାହାଣ୍ଡି, ନିତ୍ୟାଲିୟାନ ମଲ୍ଲିକ, କଳାହାଣ୍ଡି ଓ ସଂନ୍ଦ୍ରା ଦାସ ମାଲକାନଗିରି ସେହିପରି ୩୦ ମିଟର ଜୁନିୟର ଲେଭଲର ବିଜେତା ମାନେ ହେଲେ ହମବିରା ତିରିଆ, ବଲାଙ୍ଗୀର, ପୁରୁଷୋତମ ମୁଣ୍ଡା କଳାହାଣ୍ଡି ଓ ମାନସ ପଟମାଂଜି, କଳାହାଣ୍ଡି ଏବଂ ୪୦ ମିଟର ଜୁନିୟର ଲେଭଲ ର ବିଜେତା ମାନେ ହେଲେ ହମବିରା ତିରିଆ, ବଲାଙ୍ଗୀର, ଦିବ୍ୟ ରଂଜନ ମୁଣ୍ଡା ବଲାଙ୍ଗୀର ଓ ପୁରୁଷୋତମ ମୁଣ୍ଡା ।


