ପ୍ରଦ୍ୟୁମ୍ନ ସୁବୁଦ୍ଧିଙ୍କୁ ‘ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ’
ବାଙ୍କୀ, (ଯୁଗାବ୍ଦ ନ୍ୟୁଜ):ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବାଙ୍କୀ ତରଫରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଥୁରିପଡ଼ାଠାରେ ପୁଣ୍ୟଶ୍ଳୋକ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୫ତମ ଶ୍ରାଦ୍ଧ ତିଥି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ସ୍ଥାପିତ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠାନର ସଭାପତି କବି ସୁନୀଲ କୁମାର ମିଶ୍ର ବୈଦିକ ରୀତିରେ ଶ୍ରାଦ୍ଧ, ତିଳ ତର୍ପଣ, ପିଣ୍ଡଦାନ କରିଥିଲେ । ପଣ୍ଡିତ ନୃସିଂହ ଚରଣ ଦାଶ ବ୍ରାହ୍ମଣ କର୍ମ ସମ୍ପାଦନ କରିଥିଲେ । ଏହି ଅବସରରେ ପଶ୍ଚିମ ବାଙ୍କୀ ଉନ୍ନୟନ ପରିଷଦର ସଭାପତି ତଥା ବାଙ୍କୀ କେନ୍ଦୁପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ସୁବୁଦ୍ଧିଙ୍କୁ ‘ବିଶ୍ୱମଣି ପଣ୍ଡିତ ଗୋପବନ୍ଧୁ ସ୍ମୃତି ସମ୍ମାନ’ରେ ମାନପତ୍ର ଉତ୍ତରୀୟ ପୁଷ୍ପଗୁଚ୍ଛ ସହିତ ମୁଖ୍ୟ ଅତିଥି ବରପୁଟ ଗ୍ରାମ ପଞ୍ଚାୟତର ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ସଭାପତ ସୁନୀଲ ମିଶ୍ର ତାଙ୍କ ବକ୍ତବ୍ୟରେ ଗୋପବନ୍ଧୁ ଦାସ କେବଳ ଉତ୍କଳର ମଣି ନଥିଲେ ସେ ଥିଲେ ସାରା ବିଶ୍ୱର ମଣି ବୋଲି କହିଥିଲେ । ଗୋପବନ୍ଧୁଙ୍କ ଆଦର୍ଶ ଏ ଜାତିର ପଣ୍ୟ ହେଉ ବୋଲି ମୁଖ୍ୟ ଅତିଥି ଅଶୋକ ମିଶ୍ର, ସମ୍ପର୍କ ସାହିତ୍ୟ ଅନୁଷ୍ଠାନର ସମ୍ପାଦକ କବି ରବି ନାରାୟଣ ମଙ୍ଗରାଜ, ମହାବେରେଣା ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଶୋକ କୁମାର ପଟ୍ଟନାୟକ, ମହାବେରେଣା ଉନ୍ନୟନ ପରିଷଦର ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ କହିଥିଲେ । ଅନୁଷ୍ଠାନର ସଂଯୋଜକ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ମହୋବେରେଣା କ୍ଲବର ସମ୍ପାଦକ ସଦାଶିବ ଦାସ, ଅବସରପ୍ରାପ୍ତ କାରଗିଲ ସୈନ୍ୟ ତ୍ରିଲୋଚନ ଦାସ, ରକ୍ତଦାତା ରଣଜିତ୍ ସେଠ୍, ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ଚରଣ ଦାସ, ଶିକ୍ଷକ ଜିତେନ୍ଦ୍ର ସହୁ, ଅକ୍ଷୟ ବେହେରା, କବି ସୁରେଶ୍ୱର ବେହେରା, ଶିକ୍ଷକ ଚିନ୍ମୟ ପଣ୍ଡା, ଅକ୍ଷୟ ତ୍ରିପାଠୀ, ସୁଶାନ୍ତ ଦଳେଇ, ସଦାନନ୍ଦ ସାହୁ, ସରୋଜିନୀ ଦେଈ, ପ୍ରଭାତୀ ତ୍ରିପାଠୀ, ସୌଭାଗିନୀ ନନ୍ଦ, ବିଦ୍ୟାଳୟ ସଭାପତି ଦିଲ୍ଳୀପ ମହାପାତ୍ର, କବି ଲଲାଟେନ୍ଦୁ ପଣ୍ଡା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦିଲ୍ଲୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ୨୦୧୬ ମସିହାରେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପରଠାରୁ ପ୍ରତିବର୍ଷ ଉକ୍ତ ସ୍ଥାନରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବିଶ୍ୱମଣିଙ୍କ ଶ୍ର୍ରାଦ୍ଧ ଜୟନ୍ତୀ ପାଳନ କରିଆସୁଛି ।