ପ୍ରଧାନମନ୍ତ୍ରୀଆବାସ ଯୋଜନାରେ ଅନମିୟତ ବିଜେପିର ବିକ୍ଷୋଭ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନମିୟତ ନେଇ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ବିଜେପି ବିଧାୟକ ପାର୍ଥି ପ୍ରଶାନ୍ତ କରଙ୍କ ତତ୍ତ୍ୱାବଧାନରେ ବିଜେପି ଦଳୀୟ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ଆସି କେନ୍ଦ୍ର ସରକାର ୨୭ଲକ୍ଷ ୫୮ହଜାର ଘର ପ୍ରଦାନ କରିଥିବା ବେଳେ, ପ୍ରାୟ ତିନି ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବା ଫଳରେ ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ଗଞ୍ଜାମ ବ୍ଲକ ବାଦ ପଡିନଥିବା କହିଛନ୍ତି।ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେଓବିଶି ମୋର୍ଚ୍ଚା ରାଜ୍ୟ ସଂଯୋଜକ ସନ୍ତୋଷ ମହାପାତ୍ର, ବରିଷ୍ଠ ବିଜେପି ନେତା ଡାକ୍ତର ସୁବାଶ ଚନ୍ଦ୍ର ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦକ ପାର୍ବତୀ ବେହେରା, ବରିଷ୍ଠ ମହିଳା ନେତ୍ରୀ ସୃଦଷ୍ନା ମହାନ୍ତି, ଗଞ୍ଜାମ ଏନଏସି ନଗର ସଭାପତି ସୁଦାମ ଚରଣ ଜେନା, ଯୁବ ନେତା ବସନ୍ତ କୁମାର ସାହୁ,ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ, ପୁର୍ବତନ କାଉନସିଲର ଡି. କେ ରାଓ, ସମିତି ସଭ୍ୟ ମାମି ଦାସ, ବିକ୍ରମ ନାରାୟଣ ଦାସ, ସୁମନ୍ତ ଦାସ, , ପୂର୍ବତନ ସମିତି ସଭ୍ୟ ରାଜୁ ଦାସ, , ଭଗବାନ ପ୍ରଧାନ, ବିକ୍ରମ ମହାରଣା,ମଣ୍ଡଳ ସଭାପତି ସନ୍ତୋଷ ନାହାକ, ନିରାକାର ଜେନା ଙ୍କ ସମେତ ଶତାଧିକ କର୍ମୀ ସାମିଲ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ