ନେହରୁ ଯୁବ କେନ୍ଦ୍ର ପକ୍ଷରୁ ମୁଣ୍ଡିଗଡ଼ ର ଯୁବକଯୁବତୀ ଙ୍କ ଆନ୍ତରାଜ୍ୟ ପରିଭ୍ରମଣ

ଫୁଲବାଣୀ, (ସୁନିଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗ୍ରାମର ୧୨ଜଣ ଯୁବକ ଯୁବତୀ ଙ୍କୁ ଜିଲ୍ଲା ନେହରୁ ଯୁବ କେନ୍ଦ୍ର କର୍ଣ୍ଣାଟକ ର ମଇଶୂର କୁ ପରିଭ୍ରମଣ ରେ ନେଇଥିଲେ! ସାମାଜିକ, ଭାଷା ସଂସ୍କୃତିକ କ୍ଷେତ୍ରରେ ଭାବ ବିନିମୟ ପାଇଁ ଏହି ପରିଭ୍ରମଣର ଉଦେଶ୍ୟ ରହିଛି! ସେଠାରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତା ଓ ବତକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ନୃତ୍ୟରେ ଓଡିଶା ଦ୍ଵିତୀୟ ସ୍ଥାନ ପାଇଥିଲେ! ବତକୃତା।ବତକୃତା ରେ ତୃତୀୟ ସ୍ଥାନ ରେ ରହିଥିଲେ ମାଈଶୁର ଓ କର୍ଣ୍ଣାଟକ ର ବିଭିନ୍ନ ଅଞ୍ଚଳ ଭ୍ରମଣ କରିଥିଲେ! କାନ୍ଧମାଳକୁ ଫେରି ଆସିବା ପରେ ନେହରୁ ଯୁବକେନ୍ଦ୍ର ପକ୍ଷରୁ ଆୟୋଜିତ ସମ୍ଭର୍ଦ୍ଧନା ସଭାରେ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା! ଯୁବକ ଯୁବତୀ ମାନେ ସେମାନଙ୍କର ଅଭିଜ୍ଞତା ବର୍ଣନା କରିଥିଲେ! ସଭାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସାଂସଦ ପ୍ରତିନିଧି ଜଳନ୍ଧର ବେହେରା, ସମାନ୍ନୀତ ଅତିଥି ଭାବେ ସନ୍ତୋଷ କୁମାର ଦିଗଲ, ଏନ ୱା ଇ କେ ର ପ୍ରତିନିଧି ଗୋପାଳ କୃଷ୍ଣ ପାଢ଼ୀ, ସି.ଆର.ପି.ଏଫ ର ସବ ଇନ୍ସପେକେଟର, ସି ଆର ପି ଏଫ ମହିଳା ଯୋଗ ଦେଇଥିଲେ।ଯୁବକ, ଯୁବତୀଙ୍କର ଏହିଭଳି କାର୍ଯ୍ୟ କୁ ଜାଗ୍ରତ କନ୍ଧମାଳ ର ପ୍ରତିଷ୍ଠାତା ବରିଷ୍ଠ ଆଇନଜୀବୀ ପ୍ରଶଂସା କରିବା ସହ ଉର୍ଣ୍ଣତି କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ