ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ-ବ୍ରାଜିଲ ମଧ୍ୟରେ ୧୫ଟି ବୁଝାମଣା

ନୂଆଦିଲ୍ଲୀ,ଭୁବନେଶ୍ୱର: ନୂଆଦିଲ୍ଲୀ ଠାରେ ଶନିବାର ବ୍ରାଜିଲର ରାଷ୍ଟ୍ରପତି ଜେଏର୍ ବୋଲସୋନାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ-ବ୍ରାଜିଲ ସମ୍ମିଳନୀ ବୈଠକ ଅବସରରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ଯଥା ଜୈବ ଉର୍ଜା, ସାଇବର ସୁରକ୍ଷା, ସ୍ୱାସ୍ଥ୍ୟ, ଔଷଧ ପ୍ରଭୁତି ବିଭିନ୍ନ କ୍ଷେତ୍ରରେ ମୋଟ ୧୫ଟି ବୁଝାମଣା ହୋଇଯାଇଛି । ତନ୍ମଧ୍ୟରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବ୍ରାଜିଲର ଉର୍ଜା ଓ ଖଣି ମନ୍ତ୍ରୀ ଆଡମିରାଲ୍ ବେଂଟୋଙ୍କ ମଧ୍ୟରେ ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁର ଆଦାନପ୍ରଦାନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବିଭିନ୍ନ କ୍ଷେତ୍ର ଯଥା ଜୈବ ଉର୍ଜା, ତୈଳ ଓ ଗ୍ୟାସ, ସ୍ୱାସ୍ଥ୍ୟ ଏବଂ ଔଷଧ, ସାଇବର ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଗୋଧନର ସଂରକ୍ଷଣ ଓ ସମ୍ବର୍ନ୍ଧନା ତଥା ସଂସ୍କୃତି କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବୃଦ୍ଧି ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଦୁଇ ଦେଶ ମଧ୍ୟରେ ଅନେକ ମହତ୍ୱପୂର୍ଣ୍ଣ ବୁଝାମଣା ହୋଇଛି । ପରମ୍ପରାଗତ କ୍ଷେତ୍ର ବ୍ୟତିତ ନୂଆ ନୂଆ କ୍ଷେତ୍ରରେ ମଧ୍ୟରେ ଦୁଇ ଦେଶର ସମ୍ପର୍କ ମଜବୁତ୍ ହୋଇଛି ା ନିବେଶ ହେଉ କିମ୍ବା ଅପରାଧିକ ମାମଲାରେ ଆଇନଗତ ସହାୟତା ଏହି ବୁଝାମଣା ଦୁଇ ଦେଶର ସହଯୋଗକୁ ନୂଆ ଆଧାର ଦେବ । ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହେବାରେ ଲାଗିଛି । ଉଭୟ ଦେଶର ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ ଏକ ବୃହତ ବଡ ଯୋଜନା ପ୍ରସ୍ତୁତ କରାଯାଇଛି । ବର୍ଷ ୨୦୨୩ରେ ଦୁଇ ଦେଶ ମଧ୍ୟରେ କୁଟନୈତିକ ସମ୍ବର୍କର ପ୍ଲାଟିନମ୍ ଜୁବୁଲି ହେବ । ଦୁଇ ଦେଶ ମଧ୍ୟରେ ଥିବା ହେବାକୁ ଥିବା ଆକ୍ସନ ପ୍ଲାନ୍ ଉଭୟ ଦେଶର ଋଣନୈତିକ ସହଯୋଗ, ଲୋକଙ୍କ ମଧ୍ୟରେ ଯୋଡିବା ଏବଂ ବ୍ୟବସାୟ ଉଦ୍ୟୋଗକୁ ଆଗକୁ ବଢାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଏମଓୟୁ ଫଳରେ ଉର୍ଜା କ୍ଷେତ୍ର ସମେତ ଋଣନୈତିକ ସହଯୋଗ ମଜବୁତ୍ ହେବ । ଆଜିର ଜୈବ ଉର୍ଜାରେ ବୁଝାମଣା ସ୍ୱାକ୍ଷରିତ ଫଳରେ ଦେଶରେ ଇଥାନଲର ଉତ୍ପାଦନରେ ଅଭିବୃଦ୍ଧି ହେବ । ଏହାବ୍ୟତିତ ଦେଶର ସର୍ବବୃହତ ତୈଳ ବିପଣନ କମ୍ପାନୀ ଆଇଓସିଏଲ ଏବଂ ବ୍ରାଜିଲର ସିଏନପିଇଏମ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏହା ଦ୍ୱାରା ଦୁଇ କମ୍ପାନୀ ମଧ୍ୟରେ ସହଯୋଗ ବଢିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଜୈବ ଉର୍ଜା କ୍ଷେତ୍ରରେ ଉତ୍କୃଷ୍ଟ ଭାବରେ ବାୟୋମାସରୁ ବାୟୋଏନର୍ଜି ଉପାନ୍ତରିତ କରିବାରେ ବ୍ରାଜିଲ ଏକ ଜ୍ୱଳନ୍ତ ଉଦାହରଣ । ଆଜି ହୋଇଥିବା ଏମଓୟୁ ଦ୍ୱାରା ଭାରତ ବ୍ରାଜିଲ ଠାରୁ ବିଭିନ୍ନ ବିଶେଷଜ୍ଞ ମାନଙ୍କ ଦ୍ୱାରା ଏହି କ୍ଷେତ୍ରରେ ପ୍ରଶିକ୍ଷଣ ନେବ । ଯଦ୍ୱାରା ଦେଶରେ ନୂଆ ଇନୋଭେସନ ସୃଷ୍ଟି ହେବ । ସେ କହିଛନ୍ତି ଯେ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଗୁଡିକ ମଧ୍ୟରେ ଭାରତର ସର୍ବାଧିକ ପୁଞ୍ଜିନିବେଶ ତୈଳ ଓ ଗ୍ୟାସ କ୍ଷେତ୍ରରେ ବ୍ରାଜିଲରେ ଅଛି । ଦ୍ୱିପାକ୍ଷିକ ସମ୍ପର୍କ କାରଣରୁ ହାଇଡ୍ରୋକାର୍ବନ ବ୍ୟବସାୟ ୨୩ ପ୍ରତିଶତରେ ପହଁଚିଥିବା ବେଳେ ଆଜି ହୋଇଥିବା ବୈଠକ ଏହି ଉଦ୍ୟୋଗକୁ ଆହୁରି ମଜବୁତ କରିବ । ସେହିପରି ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ହୋଇଥିବା ବୁଝାମଣା ଉଭୟ ଅନୁସନ୍ଧାନ ଏବଂ ଉତ୍ପାଦନ କାର୍ଯ୍ୟ, ପୁଞ୍ଜିନିବେଶ, ଗବେଷଣା ଏବଂ ବିକାଶ, ତୈଳ ଖୋଳିବା ପାଇଁ ବ୍ୟବହୃତ ଯନ୍ତ୍ରର ନିର୍ମାଣ ତଥା କ୍ଷମତା ନିର୍ମାଣ ଇତ୍ୟାଦିକୁ ପ୍ରୋତ୍ସାହନ ଦେବ ବୋଲି ସେ କହିଛନ୍ତିା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ