ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକ
ପ୍ରଧାନମନ୍ତ୍ରୀଙ୍କକାର୍ଯ୍ୟାଳୟ ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର)ରେ ବାୟୁ ପ୍ରଦୂଷଣ ଅନୁଧ୍ୟାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି. କେ ମିଶ୍ର ଗତକାଲି ସନ୍ଧ୍ୟାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସର ସମସ୍ତ ଅଂଶୀଦାରଙ୍କୁ ନେଇ ଏକ ବୈଠକରେ ଏ ମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରିଛନ୍ତି । ବାୟୁର ଗୁଣବତା ଯେପରି ଅଧିକ ହ୍ରାସ ନପାଇବ ସେଥି ପ୍ରତି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରଭାବୀ ଢଙ୍ଗରେ ଫସଲ ବର୍ଜ୍ୟ ଜାଳିବା ଉପରେ କଟକଣା ଜାରି କରିବା ଲାଗି ପଞ୍ଜାବ ଓ ହରିୟାଣା ସରକାରଙ୍କୁ ପ୍ରମୁଖ ସଚିବ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଚାଷୀଙ୍କୁ ଫସଲ ବର୍ଜ୍ୟ ଜାଳିବାରୁ ରୋକିବା ନିମନ୍ତେ ପ୍ରଶାସନିକକଳକୁ ସକ୍ରିୟ କରିବାଲାଗି ଦୁଇ ରାଜ୍ୟର ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରତିଶ୍ରୁତି ଦେଇଛନ୍ତି । ଯାହା ଫଳରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ । ଏହା ଛଡ଼ା ଭାରତ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପାଣ୍ଠି ବିନିଯୋଗ କରି ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ଦୁଇ ରାଜ୍ୟକୁ କୁହାଯାଇଛି । ଏହିବୈଠକରେ ଦିଲ୍ଲୀସରକାର, ଦିଲ୍ଲୀର ବିଭିନ୍ନ ମହାନଗର ନିଗମ କର୍ତୃପକ୍ଷ, ଆଇଆଇଟି, ଟିଇଆରଆଇଏବଂବିଭିନ୍ନମନ୍ତ୍ରଣାଳୟରବିଶେଷଜ୍ଞମାନେ ଉପସ୍ଥିତ ଥିଲେ ।


