ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଦିନକୁ ନିଆରା ଢଙ୍ଗରେ ପାଳନ କଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯୁବ ସାମ୍ମୁଖ୍ୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ନୂତନ ଭାବେ ଜନ୍ମଲାଭ କଲା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯୁବ ସାମ୍ମୁଖ୍ୟ । ନିଜର ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ କିଏ ପଞ୍ଚତାରକା ହୋଟେଲରେ କେକେ୍ କାଟିବା ସହିତ ସାଙ୍ଗମାନଙ୍କ ଗହଣରେ ଡ଼ିଜେର ତାଳେ ତାଳେ ଜାକ ଜମକରେ ପାଳନ୍ କରୁଥିବା ବେଳେ ଆଉ କେହି କେହି ସ୍ୱାଦିଷ୍ଟ ଭୋଜିଭାତରେ ସାଙ୍ଗମାନଙ୍କୁ ଆପ୍ୟାୟିତ କରିଥାନ୍ତି । କିନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯୁବ ସାମ୍ମୁଖ୍ୟ ତରଫରୁ ଏକ ନିଆରା ଢଙ୍ଗରେ ପାଳନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ । ଆଜି ଚେତନା ମାନସିକ ଭିନ୍ନକ୍ଷମ ଅନୁଷ୍ଠାନ ପରିସରେ କୁନି କୁନି ପିଲାମନଙ୍କ ଗହଣରେ କେକ୍ କଟାଯିବା ସହ ଅଗଣା ସଫେଇ, ବୃକ୍ଷ ରୋପଣ କରାଯାଥିଲା । ଏହାପରେ ସାମ୍ମୁଖ୍ୟର ସଦସ୍ୟମାନେ ଏହି କୁନି କୁନି ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ବୁଝାଇବା ସହିତ ବିସ୍କୁଟ୍, ଓ ଫଳ ବଣ୍ଟନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରାଯାଉଥିବା ବେଳେ ଏହି ଯୁବ ସାମ୍ମୁଖ୍ୟ ଏକ ନିଆରା ସେବା ଯୋଗାଇ ଦେଇଥିଲା । ଅନୁଷ୍ଠାନ ଉପଦେଷ୍ଟା ଦେବଦତ୍ତ ଚୌଧୁରୀ, ଏନ୍ ସମ୍ବିତ୍ ଦାସ, ନବଘନ ବେହେରା ଓ ଚିନ୍ମୟ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅମିତ୍ ସାହୁ, ବିଶ୍ୱଜିତ୍, ସନାତନ, କିଷନ, ବିନୋଦ, ଲିପା ଦାସ, ଦେବସ୍ମିତା, ମମତା, ପ୍ରୀତିବାଳା, ସତ୍ୟଭାମା ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ