ପ୍ରଧାନମନ୍ତ୍ରୀ ଆବାସ ଘଟଣାର ତଦନ୍ତ ରିପୋର୍ଟ ଦାଖଲ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ଭଦ୍ରକ ଜିଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପାଇଁ ୧୦୪ ଜଣ ହିତାଧିକାରୀଙ୍କର ଫଟୋ ଉଠାଯାଇନଥିବା ନେଇ ଗତ ଗୁରବାର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ଏଥିସହ ସାମାଜିକ କର୍ମୀ ହରି ନାରାୟଣ ମହାନ୍ତି ଟୁଇଟର ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲେ । ଫଳରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ କରାଯିବା ନେଇ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଥିଲା । ଶୁକ୍ରବାର ବିଡିଓ ରେବେକା ବିଲୁଙ୍ଗ ରିପୋର୍ଟ ଦାଖଲ କରିଛନ୍ତି । ଉକ୍ତ ପଞ୍ଚାୟତରେ ୪୭୧ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩୬୬ ଜଣଙ୍କର ଫଟୋ ଅପ୍‌ଲୋଡ ହୋଇସାରିଥିବା ବେଳେ ୩୫ ଜଣଙ୍କର ଫଟୋ ଅପଲୋଡ ହୋଇନାହିଁ । ସେଥିନେଇ ସେ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି । ସେହିପରି ଅବଶିଷ୍ଟ ୬୮ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି ରିପୋର୍ଟରେ ଦର୍ଶାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ