ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଷ୍ଟିକର ଅଞ୍ଚଳ ବିଜେପି ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ଓ ଥାନାରେ ଲିଖିତ ଅଭିଯୋଗ
ନାଉଗାଁ, (ୱାଇଏନ୍ଏସ୍): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହକୁ ଚଂଚକତା କରି ରାଜ୍ୟ ସରକାର ବିଜୁ ପକ୍କାଘର ଷ୍ଟିକରିଂ ଲଗାଉଛନ୍ତି । ଯାହାକୁ ନେଇ ନାଉଗାଁ ବ୍ଳକ ବିଜେପି ପକ୍ଷରୁ ମଙ୍ଗଳବାର ବିଡିଓଙ୍କୁ ଦାବିପତ୍ର ପ୍ରଦାନ ସହ ଥାନାଧିକାରୀ ଭରତ କୁମାର ବେହେରାଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି । ବିଡିଓ ରଶ୍ମିରେଖା ମଲ୍ଲିକ ଅନୁପସ୍ଥିତ ଥିବାରୁ ଦାବିପତ୍ରକୁ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ୨୦୨୨ ମସିହାରେ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହା ଏକ ବହୁ ଅଭିଳଷିତ ଯୋଜନା । କିନ୍ତୁ ରାଜ୍ୟ ସରକାର ଏହି ଆବାସ ଯୋଜନା ଉପରେ ନିଜ ବ୍ରାଣ୍ଡ ଲଗାଇ ଚଂଚକତା କରି ବିଜୁ ପକ୍କାଘରର ଷ୍ଟିକରିଂ ଲଗାଉଛନ୍ତି । ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କ ଯୋଜନା କହି ଷ୍ଟିକରିଂ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତର ଏକ ପତ୍ର ବଂଟନ କରାଯାଉଛି । ପୂର୍ବରୁ ୧୦୮ ଆମ୍ବୁଲାନ୍ସ ଯୋଜନା କେନ୍ଦ୍ର ସରକାରଙ୍କର ହୋଇଥିବା ବେଳେ ଏହା ରାଜ୍ୟ ସରକାରଙ୍କ ଯୋଜନା ବୋଲି ଅଭିହିତ କରିଛନ୍ତି । କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ରିତି ମତ ହଡପ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ଅପରପକ୍ଷେ ଅନୁରୁପ ଭାବେ ଉକ୍ତ ଅଭିଯୋଗକୁ ଲିଖତ ଭାବେ ନାଉଗାଁ ଥାନାଧିକାରୀ ଭରତ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି । ଏହି ଅଭିଯୋଗକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ, ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ଅଲଣା ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ପୂର୍ବତନ ମଣ୍ଡଳ ସଭାପତି ଶ୍ରୀକାନ୍ତ ସ୍ୱାଇଁ, ଉପ ସଭାପତି ଶରତ କୁମାର ଜେନା, ମଣ୍ଡଳ ସଂପାଦକ ସୋରେନ ସାହୁ, ବିଜୟ କୁମାର ଦାସ, ପବିତ୍ର ମୋହନ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀକୃଷ୍ଣ ସାମଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଦସ୍ୟ ଭିକାରୀ ସ୍ୱାଇଁ, ନିଗମାନନ୍ଦ ପରିଡା, ତପନ କୁମାର ପଣ୍ଡା, ସୁନାକର ସେଠୀ, ଧୁବଚରଣ ମହାରଣା,ଶଙ୍କର ପ୍ରସାଦ ରାଉତ, ନଗେନ ମଲ୍ଲିକ ଆଦି ପ୍ରଦାନ କରିଥିଲେ ।