ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ବିରୁଦ୍ଧରେ ବିଜେପି ପକ୍ଷରୁ ଦାବୀପତ୍ର ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ହୋଇଥିବା ବ୍ୟାପକ ଅନିୟମିତତା ବିରୁଦ୍ଧରେ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଦାବୀରେ ଆଜି ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, କେନ୍ଦ୍ର ସରକାର ଏହି ଯୋଜନାରେ ରାଜ୍ୟକୁ ୯ ଲକ୍ଷ ୫୮ ହଜାର ଆବାସ ପ୍ରଦାନ କରିଥିବା ବେଳେ ବ୍ଲକକୁ ଆସିଥିବା ଫନି ଆବାସକୁ ମିଶାଇ ମୋଟ ୩୩ ଶହ ୧୦ ଆବାସ ଟାର୍ଗେଟ ଆସିଛି । ସେଥିମଧ୍ୟରୁ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବାରୁ ଯୋଗ୍ୟ ହିତାଧିକାରୀ ମାନେ ବାଦ ପଡିଛନ୍ତି । ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଅଭିଯେ।।ଗ ବାକ୍ସରେ ପଡିଥିବା ବହୁ ଅଭିଯୋଗୁ ଚଞ୍ଚକତା ପୂର୍ବକ ତାଲିକାଭୁକ୍ତ କରାଯାଇନଥିବା ଅଭିଯୋଗ ହୋଇଛି । ସରକାର ଅଭିଯୋଗ ଗୁଡିକର ନିରପେକ୍ଷ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଗାଇ ନଦେଲେ ଆସନ୍ତା ୩୧ ତାରିଖରେ ବିଜେପି ପକ୍ଷରୁ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରୀ ଧଳ ଚେତାବନୀ ଦେଇଛନ୍ତି । ଦାବୀ ପତ୍ର ପ୍ରଦାନ ବେଳେ ମଣ୍ଡଳ ସଭାପତି ନବ କିଶୋର ବଳ, ଖଗେଶ୍ୱର ବେହେରା, ଶିବାନନ୍ଦ ଦାସଅଧିକାରୀ, ପଙ୍କଜିନୀ ଲେଙ୍କା, ଗୋପାଳକୃଷ୍ଣ ଦାଶ, ସରପଞ୍ଚ ମାନସ ପହି, ସମିତି ସଭ୍ୟ ଉଦ୍ଧବ ସେଠୀ, ଯୁ୍ବନେତା ସନ୍ତୋଷ ନାୟକ, ବରିଷ୍ଠ ନେତା ଶଙ୍କର୍ଷଣ ଜେନା, ତପନ ବାରିକ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଧ୍ରୁବ ଚରଣ ମାଝୀ, ମନୋଜ ବିଶ୍ୱାଳ, ଅମୂଲ୍ୟରତ୍ନ ନନ୍ଦ, ରମାକାନ୍ତ ନାୟକ, ଲକ୍ଷ୍ମୀଧର ସାହାଣୀ, ତାପସ ଜେନା, କିଶୋର ବିଶ୍ୱାଳ, ଜିତେନ ନାଥ ଉପସ୍ଥିତ ଥିଲେ ।